Spread the love

ଭୁବନେଶ୍ବର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ଏ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ଭିତରେ ଗଜପତି, ଗଂଜାମ, କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଏଥିସହ ଗଜପତି, ଗଂଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଏବଂ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି।
ଆସନ୍ତାକାଲି ଓ ଜୁନ ୩ ତାରିଖରେ ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ତେବେ ୪ ଏବଂ ୫ ତାରିଖରେ କାଳବୈଶାଖୀ ପ୍ରଭାବ ପୁଣି ବଢ଼ିପାରେ। ଏବେ ଦିନର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ କିମ୍ବା ତାହାଠୁ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସେପଟେ ଆଜି ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ସମ୍ୱଲପୁରରେ ୪୩.୪ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ, ହୀରାକୁଦରେ ୪୨.୬ ଡିଗ୍ରୀ, ସୋନପୁରରେ ୪୨.୪ ଡିଗ୍ରୀ, ବୌଦ୍ଧରେ ୪୨.୨ ଡିଗ୍ରୀ, ରାଉରକେଲାରେ ୪୧.୨ ଡିଗ୍ରୀ, ବରଗଡ଼ରେ ୪୧.୦ ଡିଗ୍ରୀ, ଟିଟିଲାଗଡ଼ରେ ୪୧.୦ ଡିଗ୍ରୀ, ବାରିପଦାରେ ୪୧.୦ ଡିଗ୍ରୀ, ମାଲକାନଗିରିରେ ୪୧.୦ ଡିଗ୍ରୀ, ଯାଜପୁରରେ ୪୦.୯ ଡିଗ୍ରୀ, ତାଳଚେରରେ ୪୦.୮ ଡିଗ୍ରୀ, ଭବାନୀପାଟଣାରେ ୪୦.୫ ଡିଗ୍ରୀ, ଅନୁଗୋଳରେ ୪୦.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦.୨ ଡିଗ୍ରୀ, ନୂଆପଡ଼ାରେ ୪୦.୧ ଡିଗ୍ରୀ, କେନ୍ଦୁଝରରେ ତାପମାତ୍ରା ୪୦.୦ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ଭୁବନେଶ୍ୱରରେ ୩୯.୯ ଡିଗ୍ରୀ, ଚାନ୍ଦବାଲିରେ ୩୯.୪ ଡିଗ୍ରୀ, ବାଲେଶ୍ୱରରେ ୩୯.୨ ଡିଗ୍ରୀ, ଜଗତସିଂହପୁରରେ ୩୯.୧ ଡିଗ୍ରୀ, କଟକରେ ୩୮.୮ ଡିଗ୍ରୀ, ଭଦ୍ରକରେ ୩୮.୫ ଡିଗ୍ରୀ, ନବରଙ୍ଗପୁରରେ ୩୮.୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୮.୦ ଡିଗ୍ରୀ, ଖୋର୍ଦ୍ଧାରେ ୩୮.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୭.୨ ଡିଗ୍ରୀ, ଢେଙ୍କାନାଳରେ ୩୭.୨ ଡିଗ୍ରୀ, ଛତ୍ରପୁରରେ ୩୭.୦ ଡିଗ୍ରୀ, କୋରାପୁଟରେ ୩୬.୦ ଡିଗ୍ରୀ, ପୁରୀରେ ୩୬.୦ ଡିଗ୍ରୀ, ଗୋପାଳପୁରରେ ୩୬.୦ ଡିଗ୍ରୀ, ପାରାଦୀପରେ ୩୫.୨ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୩୪.୦ ଡିଗ୍ରୀ ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *