Spread the love

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳର ବିଶିଷ୍ଟ ଉଦ୍ୟୋଗପତି ଦିଗମ୍ବର ଦାସଙ୍କ ବାଂଶଡା ଛେଡ଼ାକସ୍ଥିତ ବାସଭବନ ସମେତ ଅନ୍ୟ ୩ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ଆଜି ସକାଳୁ ତାଙ୍କ ବାଂଶଡା ପଞ୍ଚାୟତ ଛେଡାକ ଗାଁ ସ୍ଥିତ ବାସଗୃହ ସମେତ, ଧାମରା ବରଫ କଳ, ଧାମରା ଅଫିସ ଓ ଭଦ୍ରକରେ ଥିବା ଅଟାଳିକା ଆଦି ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଆୟକର ବିଭାଗର।
ସେ ଧାମରା ଅଞ୍ଚଳରେ ଜଣେ ବିଶିଷ୍ଟ ଚିଙ୍ଗୁଡ଼ି ବ୍ୟବସାୟୀ ଭାବେ ଜଣାଶୁଣା। ତାଙ୍କ ନାମରେ ସରକାରଙ୍କ ଟିକସ ଫାଙ୍କି ବ୍ୟବସାୟ କରୁଥିବା କଥା ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଗତ ୨୦୧୯ ବିଧାନସଭା ନିର୍ଵାଚନରେ ଚାନ୍ଦବାଲି ଆସନରୁ ଦିଗମ୍ବର ଦାସ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ।

Leave a Reply

Your email address will not be published. Required fields are marked *