Spread the love

ଭୁବନେଶ୍ବର:ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ପ୍ରିଲିମନାରି ଚାର୍ଜସିଟ ଦାଖଲ କରିବା ପରେ ଏହାକୁ ନେଇ ବିରୋଧୀ ଓ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପକାଶ ପାଇଛି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଏହା ଖାଲି ପ୍ରହସନ। ଏଣେ ଗୃହରାଷ୍ଟ୍ରମନ୍ତ୍ରୀ ଯେଉଁ ଷଡ଼ଯନ୍ତ୍ର ଉପରେ ବି ତଦନ୍ତ କରାଯାଉଛି ବୋଲି କହିଥିଲେ, ସେ ନେଇ କାହିଁକି କିଛି ଖୁଲାସା ହେଲାନାହିଁ ବୋଲି ବିଜେପି  ପକ୍ଷରୁ ପ୍ରଶ୍ନ କରାଯାଇଛି।

ଏଣେ ବରିଷ୍ଠ ବିଜେଡି ନେତା ତଥା  ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ  ନିଜର ପ୍ରତିକ୍ରିୟାରେ କହିଛନ୍ତି, କ୍ରାଇମବ୍ରାଞ୍ଚ ଯାହା କରିବ, ନ୍ୟାୟ ସମସ୍ତଙ୍କୁ ମିଳିବ। ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡ ନିହାତି ମିଳିବ। ବିରୋଧୀ ସବୁବେଳେ ସମାଲୋଚନା କରିବେ। ସରକାର ତାଙ୍କ କାମ କରିବେ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତ ବିଗିଡି ନାହିଁ। ଉତ୍ତର ପ୍ରଦେଶ,ଦିଲ୍ଲୀ, ଗୁଜୁରାଟଠାରୁ ଓଡ଼ିଶାର ସ୍ଥିତି ଭଲ ଅଛି।

Leave a Reply

Your email address will not be published. Required fields are marked *