Spread the love

ଭୁବନେଶ୍ବର: ଡ୍ରୋନ ପାଟ୍ରୋଲିଙ୍ଗ ପାଇଁ ପ୍ରସ୍ତୁତ କମିଶନରେଟ ପୁଲିସ। ଏନେଇ ସୂଚନା ଦେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ହାଇ ଡେଫିନେସନ କ୍ଲାରିଟି ଥିବାରୁ, ଏରିଏଲ ଭ୍ୟୁ ପାଇଁ ଏହାକୁ ବ୍ୟବହାର କରିବୁ। ଏହା ଭିଆଇପି ପ୍ରୋଗ୍ରାମ, ଆସେମବ୍ଲି ଓ ଲ ଆଣ୍ଡ ଅର୍ଡର, ହକି, ଫୁଟବଲ ଇଭେଣ୍ଟ ପାଇଁ ଏହା ସହାୟକ ହେବ।
ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ। ଭିଡ଼ ନିୟନ୍ତ୍ରଣ ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ।
ସେ ଆହୁରି କହିଛନ୍ତି, ଡ୍ରୋନ ପାଟ୍ରୋଲିଙ୍ଗ ଟ୍ରେନିଂ ପ୍ରୋଗ୍ରାମ ପାଇଁ ସଂସ୍ଥାର ଲୋକଙ୍କୁ ଡ଼କାଯିବ, ଯାହା ନାଇଟ ଭିଜନ ପ୍ରୁଫ ରହିଛି। ୫୦୦ ମିଟର ଉଚ୍ଚତା ସମେତ ୫ କିଲୋମିଟର କଭର କରିବ ଏହି କ୍ୟାମେରା।

Leave a Reply

Your email address will not be published. Required fields are marked *