Spread the love

ପାଟନା: ଆୟ ମାମଲାରେ ଦେଶର ଐତିହାସିକ ତୀର୍ଥ ସ୍ଥାନ ତିରୁପତି ବାଲାଜୀ ମନ୍ଦିର ପରେ ବର୍ତ୍ତମାନ ପାଟନାର ମହାବୀର ମନ୍ଦିର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି, ଯେଉଁଠାରେ ସର୍ବାଧିକ ପ୍ରସାଦ ବିକ୍ରି ହେଉଛି। ଗତ ୩ମାସ ମଧ୍ୟରେ ମନ୍ଦିରର ଆୟ ବହୁତ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ପ୍ରସାଦ ବିକ୍ରି ସହ ଅନ୍ୟାନ୍ୟ କାମରୁ ଦୈନିକ ୧୦ଲକ୍ଷରୁ ଅଧିକ ଆୟ ହେଉଥିବା ସାମ୍ନାକୁ ଆସିଛି।
ଏ ସମ୍ପର୍କରେ ସୂଚନା ଦେଇ ମହାବୀର ମନ୍ଦିରର ସଚିବ ଆଚାର୍ଯ୍ୟ କିଶୋର କୁନାଲ କହିଛନ୍ତି, ମୁଁ ଅତ୍ୟନ୍ତ ଖୁସି ଯେ ଗତ ୩ମାସ ହେଲାଣି ମନ୍ଦିର ଦିନକୁ ୧୦ଲକ୍ଷରୁ ଅଧିକ ରୋଜଗାର କରୁଛି। ମହାବୀର ମନ୍ଦିର ପାଞ୍ଚଟି ଉତ୍ସରୁ ଆୟ କରୁଛି। ଯେଉଁଥିରେ ଲୋକମାନେ ଭଗବାନଙ୍କୁ ଦେଉଥିବା ଟଙ୍କା, କର୍ମକାଣ୍ଡ ଶୁଳ୍କ, ନୈବେଦ୍ୟର ସଞ୍ଚୟ ଟଙ୍କା, ସ୍ବେଚ୍ଛାକୃତ ଦାନରୁ ପ୍ରାପ୍ତ ଟଙ୍କା, ବିକ୍ରୟ କେନ୍ଦ୍ରର ସଞ୍ଚୟ ଟଙ୍କା ଏବଂ ବ୍ୟାଙ୍କ ସୁଧ ଅନ୍ତର୍ଭୂକ୍ତ କରାଯାଇଛି।

ସେ ଆହୁରି କହିଛନ୍ତି ଯେ ବିଶେଷଜ୍ଞମାନେ ଏହାକୁ ଏକ ଅସାଧାରଣ ସଫଳତା ବୋଲି କହିଛନ୍ତି। ଏଥିରେ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ଅନୁଷ୍ଠାନର ଆୟ-ବ୍ୟୟ ପରିମାଣ ଅନ୍ତର୍ଭୂକ୍ତ ହୋଇନାହିଁ, ବରଂ ଏହି ପରିମାଣ କେବଳ ମନ୍ଦିରରୁ ଆସୁଛି। ୧୯୮୭ରେ ମହାବୀର ମନ୍ଦିରର କାର୍ଯ୍ୟ ଏକ ନୂତନ ରୂପରେ ଆରମ୍ଭ ହୋଇଥିଲା, ସେତେବେଳେ ମହାବୀର ମନ୍ଦିରରୁ ଦୈନିକ ୧୧ହଜାର ଟଙ୍କା ଆୟ ହେଉଥିଲା, ଯାହା ଆଜି ୧୦ଲକ୍ଷରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *