Spread the love

ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଭାଇ ଅନୀଲ ଅମ୍ବାନୀଙ୍କୁ ବ୍ୟବସାୟ କ୍ଷେତ୍ରରେ ଯଦିଓ ସେତେଟା ସଫଳତା ମିଳିନାହିଁ, ମାତ୍ର ତାଙ୍କ ବିଳାସମୟ ଜୀବନ ପ୍ରତ୍ୟେକ ସାଧାରଣ ଲୋକଙ୍କ ପାଇଁ ଏକ ସ୍ବପ୍ନ ପରି। ତେବେ ଜାଣିରଖନ୍ତୁ ଯେ ଅନୀଲ ଅମ୍ବାନି ଯେଉଁ ଘରେ ରୁହନ୍ତି ତାହା କୌଣସି ରାଜମହଲଠାରୁ କମ୍‌ ନୁହେଁ। ତାଙ୍କ ଘର ଦେଶର ବଛା ବଛା କେତୋଟି ଦାମୀ ଘର ମଧ୍ୟରୁ ଅନ୍ୟତମ।
ତାଙ୍କ ଘରର ଆନୁମାନିକ ମୂଲ୍ୟ ପ୍ରାୟ ୫୦୦୦ କୋଟି ଟଙ୍କା। ଏହି ଘର ମଧ୍ୟରେ ରହିଥିବା ବିଳାସମୟ ସୁବିଧା ବିଷୟରେ ଜାଣିଲେ ଆପଣ ତାହାକୁ ଏକ ରାଜପ୍ରସାଦ ପରି ଅନୁଭବ କରିବେ। ଘରର ପ୍ର‌‌ତ୍ୟେକଟି ମହଲା ଦେଖିବାକୁ ଭିନ୍ନ। ମୁମ୍ବାଇର ପାଲି ହିଲ୍‌ଠା‌ରେ ଥିବା ଅନୀଲ ଅମ୍ବାନୀଙ୍କର ଏହି ବିଳାସମୟ ଘର ୧୭ ମହଲା ବିଶିଷ୍ଟ, ଯାହାକି ପ୍ରାୟ ୧୬,୦୦୦ ବର୍ଗଫୁଟ୍‌ର ବୋଲି ସୂଚନା ରହିଛି।
ବ୍ୟକ୍ତିଗତ ଘର କ୍ଷେତ୍ରରେ ତାଙ୍କ ଘରକୁ ଦେଶର ସବୁଠାରୁ ଅଧିକ ମହଲା ବିଶିଷ୍ଟ ଘର ବୋଲି ମଧ୍ୟ କୁହାଯାଏ। ଘରଟି ବାହାରକୁ ଦେଖିବାକୁ ଯେତେ ସୁନ୍ଦର ଲାଗେ, ତାହାର ଭିତର ବି ସେତିକି ଆକର୍ଷଣୀୟ। ଏହି ଘର ମଧ୍ୟରେ ଅନୀଲ ଅମ୍ବାନୀ ତାଙ୍କ ପତ୍ନୀ ଟୀନା ଅମ୍ବାନିଙ୍କ ସହ ପୁତ୍ର ଓ ବଧୂଙ୍କ ସହ ରୁହନ୍ତି।

ତାଙ୍କ ଘରର ଛାତ ଉପରେ ଏକ ହେଲିପ୍ୟାଡ୍‌ ରହିଛି। ଏହାଛଡ଼ା ତାଙ୍କ ଘର ମଧ୍ୟରେ ଜିମ୍‌, ସ୍ପା ଓ ସୁଇମିଂ ପୁଲ୍‌ ଆଦିର ସୁବିଧା ରହିଛି। ତାଙ୍କ ଘର ବାଲ୍‌କୋନିରୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ବି ଦେଖିବାକୁ ମିଳେ।

Leave a Reply

Your email address will not be published. Required fields are marked *