Spread the love

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଏବେ ମୃତ୍ୟୁର ଭୟ ଘାରିଲାଣି | ବାସ୍ତବରେ ପୌର ନିର୍ବାଚନ ପାଇଁ ରାମପୁରରେ ପ୍ରଚାର କରୁଥିବାବେଳେ ଆଜମ ଖାନ କହିଛନ୍ତି ଯେ ତାଙ୍କୁ ମଧ୍ୟ ଏବେ ଭୟ ଲାଗିଲାଣି ଯେ ଗ୍ୟାଙ୍ଗଷ୍ଟର-ରାଜନେତା ଅତିକ ଅହମ୍ମଦଙ୍କ ପରି ତାଙ୍କୁ ଉପରକୁ ମଧ୍ୟ ଗୁଳିଚାଳନା କରାଯାଇପାରେ | ନିର୍ବାଚନ ପ୍ରଚାର ସମୟରେ ସେ ଲୋକଙ୍କୁ ପଚାରିଥିଲେ ଅତିକକୁ ଯେଭଳି ହତ୍ୟା କରାଗଲା ସେଭଳି ଢଙ୍ଗରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ହତ୍ୟା କରାଯାଉ ଚାହୁଁଛନ୍ତି କି? ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ପୀଡିତ ଥିବା ଆଜମ ଖାନ ଉତ୍ତରପ୍ରଦେଶରେ ହେବାକୁ ଥିବା ପୌର ନିର୍ବାଚନରେ ପ୍ରଚାର କରିବା ପାଇଁ ମଞ୍ଚକୁ ଆସିଥିଲେ। ସେ କହିଥିଲେ ଯେ ଆମେ ଭୋଟ୍ ଦେବୁ, ଏହା ଆମର ଜନ୍ମଗତ ଅଧିକାର, କିନ୍ତୁ ତାହା ମଧ୍ୟ ଆମଠାରୁ ଦୁଇଥର ଛଡ଼ାଇ ନିଆଯାଉଛି, ଯଦି ଏହା ତିନିଥର ଛଡ଼ାଯାଏ, ତେବେ ନିଶ୍ୱାସପ୍ରଶ୍ୱାସ ନେବାର ମଧ୍ୟ ଅଧିକାର ରହିବ ନାହିଁ।
ଉଲ୍ଲେଖ ଥାଉ କି ୨୦୧୯ରେ ଏକ ନିର୍ବାଚନ ରାଲିରେ ରାମପୁରର ପ୍ରଶାସନିକ ଅଧିକାରୀ, ପ୍ରଧାନମନ୍ତ୍ରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମରେ ମିଛ ଅଭିଯୋଗ ଅଣିଥିବାରୁ ଏକ ମାମଲା ରୁଜୁ ହୋଇଥିଲା। ଆଉ ଏଥିପାଇଁ କୋର୍ଟ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ନିର୍ବାଚନ ପ୍ରଚାର ସମୟରେ ଆଜମ ମୋଦୀ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ | ସେ କହିଥିଲେ ଯେ କେନ୍ଦ୍ର ସରକାର ସମଗ୍ର ଦେଶକୁ ଠିକାରେ ଚଳାଉଛନ୍ତି | ମୋଦୀ ସରକାର ବିମାନବନ୍ଦର ସହ ବନ୍ଦର ଓ ରେଳବାଇକୁ ବିକ୍ରି କରିସାରିଲେଣି, ଆଉ କଣ ବାକି ଅଛି?

Leave a Reply

Your email address will not be published. Required fields are marked *