Spread the love

ମୁରାଦାବାଦ : ଉତ୍ତରପ୍ରଦେଶର ମୁରାଦାବାଦରେ ଜଣେ ଫ୍ୟାଶନ ଡିଜାଇନରଙ୍କ ମୃତଦେହ ତାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ତାଙ୍କ ନାଁ ମୁସ୍କାନ ନାରଙ୍ଗ। ତାଙ୍କୁ ୨୫ ବର୍ଷ ହୋଇଥିଲା।
ମୁସ୍କାନ ମୁମ୍ବାଇରେ ରହୁଥିଲେ। ଗତ ହୋଲି ବେଳେ ସେ ଘରକୁ (ମୁରାଦାବାଦ) ଆସି ଆଉ ମୁମ୍ବାଇ ଫେରି ନଥିଲେ। ଗତକାଲି ସକାଳେ ସେ ନିଜ ବେଡରୁମ୍‌ କବାଟ ଖୋଲି ନଥିଲେ। ତେଣୁ ପରିବାର ଲୋକେ କବାଟ ଭାଙ୍ଗି ଦେଇଥିଲେ। ସେମାନେ ମୁସ୍କାନଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ।
ମୁସ୍କାନଙ୍କ ଘରେ ତାଙ୍କ ବାପାମା’, ୩ ଭଉଣୀ ଓ ଜଣେ ଭାଇ ଅଛନ୍ତି। ମୁସ୍କାନ ଘରର ବଡ଼ ଝିଅ ହୋଇଥିବା ବେଳେ ସେ କ’ଣ ପାଇଁ ଏପରି ଚରମ ପଦକ୍ଷେପ ଉଠାଇଲେ ତାହା ବୁଝାପଡ଼ୁନି ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି।
ମୃତ୍ୟୁ ପୂର୍ବରୁ ମୁସ୍କାନ ସୋଶାଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଉକ୍ତ ଭିଡିଓରେ ବେଶ୍‌ ଚିନ୍ତିତ ଦେଖାଯାଉଥିବା ମୁସ୍କାନ କହିଥିଲେ, ମୁଁ ସମସ୍ତଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କଲି। କିନ୍ତୁ ସମସ୍ତେ ମୋତେ ବୁଝାଇବାକୁ ଲାଗିଲେ। ମୋର ଆତ୍ମବିଶ୍ୱାସ ନାହିଁ ବୋଲି ଲୋକେ କହୁଛନ୍ତି । କିନ୍ତୁ ଆଜି ମୁଁ ଯାହା ବି କରୁଛି ତାହା ନିଜ ଇଚ୍ଛାରେ କରୁଛି। କାହା ଚାପରେ ଏପରି ପଦକ୍ଷେପ ଉଠାଉନି। ତେଣୁ ଏଥିପାଇଁ କାହାକୁ ଦାୟୀ କରିବେ ନାହିଁ।
ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୁସ୍କାନ କୌଣସି ମାନସିକ ଚାପରେ ଥାଇ ଏପରି ପଦକ୍ଷେପ ଉଠାଇଥିବା କହିଛି। ଘଟଣାର ସବୁ ଦିଗକୁ ତଦନ୍ତ କରାଯାଉଛି ଓ ଏହାପରେ ସତ ସାମ୍ନାକୁ ଆସିବ ବୋଲି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *