Spread the love

ଭୁବନେଶ୍ବର : ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଛକରେ ଶୁକ୍ରବାର ଏକ ବସ ଡିଭାଇଡରରେ ପିଟି ହେବାରୁ ଏହାର ଗୋଟିଏ ପାର୍ଶ୍ୱ ନଷ୍ଟ ହୋଇଯାଇଛି। ତେବେ ବସରେ ବସିଥିବା ୨୬ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଛାତ୍ରଛାତ୍ରୀମାନେ ଏକ କୋଚିଂ ଇନଷ୍ଟିଚ୍ୟୁଟର ବୋଲି ଜଣାପଡ଼ିଛି। ସେମାନେ କ୍ଲାସ ସାରି ହଂସପାଳକୁ ଫେରୁଥିଲେ।
ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିଲେ ବୋଲି ଅଭିଯୋଗ ହୋଇଛି। ସହିଦ ନଗର ଥାନା ପୁଲିସ ତାଙ୍କୁ ଅଟକ ରଖିଛି।
ଏହି ବସ୍‌ରେ ଆସୁଥିବା ଜଣେ ଛାତ୍ର କହିଛନ୍ତି ଯେ ଡ୍ରାଇଭର ମଦ ପିଇଥିବା ନେଇ ସେମାନେ ଜାଣିପାରି ନଥିଲେ। ତେବେ ଏତେ ପରିମାଣରେ ପିଇ ଥିବ ବୋଲି ଆମେ ଜାଣି ନଥିଲୁ। ସେ ଏମିତି ଦୁର୍ଘଟଣା ଘଟାଇବେ ବୋଲି ଭାବି ନଥିଲୁ। ଡିଭାଇଡରରେ ବାଡ଼େଇଲା ପରେ ଆମେ ତାଙ୍କୁ ଓହ୍ଲାଇବାକୁ କହିଥିଲୁ। ତା’ସେଠାରୁ ଆସି ଏକ ଗଛ ନିକଟରେ ବସ ରହିଥିଲା। ଆମେ ସେଠାରେ ଓହ୍ଲାଇଥିଲୁ।
ଏହି ଘଟଣା ପରେ ଉକ୍ତ କୋଚିଂ ଇନଷ୍ଟିଚ୍ୟୁଟର କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡ୍ରାଇଭର କେମିତି ଗାଡ଼ି ଚଲାଉଛି, ନିଶାଗ୍ରସ୍ତ ରହୁଛି ନା ନାହିଁ ଆଦି ଦିଗ ଉପରେ ସେମାନେ ନିୟମିତ ବ୍ୟବଧାନରେ ଯାଞ୍ଚ କରୁଛନ୍ତି ନା ନାହିଁ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ଘଟଣା ସଂପର୍କରେ ଉକ୍ତ ଇନଷ୍ଟିଚ୍ୟୁଟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *