Spread the love

ଭୁବନେଶ୍ୱର: ସୁଦାନରେ ଚାଲିଥିବା ଗୃହ ଯୁଦ୍ଧ ଭିତରେ ୬ ଜଣ ଓଡ଼ିଆ ନିଜ ଘରକୁ ଫେରିଛନ୍ତି। ଅପରେସନ୍ କାବେରୀ ଜରିଆରେ ସେମାନଙ୍କୁ ସୁଦାନରୁ ଭାରତ ସରକାର ସେମାନଙ୍କୁ ନିଜ ଘରକୁ ଆଣିଛନ୍ତି। ସେମାନେ ରହୁଥିବା ସ୍ଥାନ ପାଖରେ ହିଁ ଚାଲିଥିଲା ଯୁଦ୍ଧ। ସେମାନେ ଛାତିଥରା ଅନୁଭୂତି ବଖାଣିଛନ୍ତି।
ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ଶିବ ପ୍ରସାଦ ଜେନା ନିଜ ଅନୁଭୂତି ବଖାଣି କହିଛନ୍ତି, ସେ ସୁଦାନର ଆରତୀ ଷ୍ଟିଲ ନାମକ ଏକ ପ୍ଲାଣ୍ଟରେ କାମ କରୁଥିଲେ। ସେଇଠି ଯୁଦ୍ଧ ସମୟରେ ସେମାନଙ୍କୁ ପ୍ରାୟ ୮ ଘଣ୍ଟା ଧରି ଗନ୍ ପଏଣ୍ଟରେ ରଖିଥିଲେ। ସେହି ସମୟରେ ଗନ ପଏଣ୍ଟରେ ରଖି ତାଙ୍କଠାରୁ ମୋବାଇଲ ଓ ୩୦୦ ଡ଼ଲାର ଲୁଟି ନିଆଯାଇଥିଲା।
ପବିତ୍ର ମୋହନ ପ୍ରଧାନ କହିଛନ୍ତି, ସୁଦାନରେ ହିଂସା ଲାଗିରହିଥିବା ବେଳେ ସେଠାରେ ରହୁଥିବା ଓଡ଼ିଆମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଦିନକୁ ଗୋଟିଏ ଓଳି ଖାଇବା ମୁସ୍କିଲ ହୋଇପଡ଼ିଥିଲା, ଯାହା ଟଙ୍କା ଓ ଖାଇବା ସାମଗ୍ରୀ ଥିଲା ସବୁ ଆକ୍ରମଣକାରୀ ନେଇଗଲେ। ତେବେ ଅପରେସନ କାବେରୀ ମାଧ୍ୟମରେ ସେମାନେ ଉଦ୍ଧାର ହୋଇ ଦିଲ୍ଲୀ ଆସିବା ପରେ ବିମାନରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ନୂଆ ଜୀବନ ପାଇଛନ୍ତି।
ଏଣେ ସୁରକ୍ଷିତ ଭାବରେ ନିଜ ଜନ୍ମ ମାଟିକୁ ଫେରିବା ପରେ ଖୁସି ବ୍ୟକ୍ତ କରିବା ପରେ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ବସନ୍ତ କୁମାର ମିଶ୍ର। ନିଜ ଅନୁଭୂତିରୁ ସେ କହିଛନ୍ତି, ଗୁଳିବାରୁଦର ଶବ୍ଦ ସହିତ ବନ୍ଧୁକ ମୁନରୁ ଫେରିଛନ୍ତି ଅନେକ ଭାରତୀୟ ଯାହାଙ୍କ ମଧ୍ୟରେ ମୁଁ ବି ଅଛି।

Leave a Reply

Your email address will not be published. Required fields are marked *