Spread the love

କଟକ: ଆରଆରଆର ଫିଲ୍ମ ଦେଖିଲେ ଜାଣି ପାରିବ ମଧୁ ବାବୁ କିଏ। କେମିତି ଥିଲା ତାଙ୍କର ଗାରିମା। ଇଂରେଜମାନଙ୍କ ଠୁ ନିଜର ହକ ଅଧିକାରର ଲଢେଇର ଯେଉଁ ଦୃଶ୍ୟ ରହିଛି, ଏହି ଫିଲ୍ମରେ ତାହା ମଧୁବାବୁଙ୍କ କାର୍ଯ୍ୟ କଳାପ ସହ ମିଶି ଯାଉଛି। ଏହି ଫିଲ୍ମରେ ଥିବା ସମସ୍ତ ଦୃଶ୍ୟ ଯେପରି ବଳିଦାନ, ଦେଶ ପ୍ରେମ, ରାଜ୍ୟ ଓ ଜନସାଧାରଣଙ୍କ ପ୍ରତି ଭଲ ପାଇବା ରହିଛି ତାହା ଉତ୍କଳ ଗୌରବଙ୍କ ଚିନ୍ତାଧାରା ସହିତ ଖାପ ଖାଉଛି। ମଧୁବାବୁ ଉତ୍କଳ ଗୌରବର ଉତ୍କର୍ଷ, ଯିଏ ନିଜର ଗାରିମାକୁ ସବୁ ଦିନ ପାଇଁ ବ୍ୟାପ୍ତ କରି ଦେଇଛନ୍ତି। ଉତ୍କଳ ଜନନୀ ରତ୍ନ ହେଉଛନ୍ତି ମଧୁବାବୁ। ଭାରତ ରତ୍ନ କିପରି ହେବେ ସେନେଇ ପ୍ରୟାସ ଜାରି ରହୁ ବୋଲି କହିଛନ୍ତି ରାଜ୍ୟପାଳ ଡ଼ଃ ପ୍ରେଫେସର ଗଣେଶୀ ଲାଲ।
ତେବେ ଯେଉଁ ମଧୁବାବୁଙ୍କୁ ଭରତ ରତ୍ନ ପାଇବା ଦିଗରେ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାହା ନିଶ୍ଚୟ ଆଗମୀ ଦିନରେ ପୂର୍ଣ୍ଣ ହେବ। କାହିଁକି ନା ବିଗତ ଅନେକ ବର୍ଷ ଧରି ଏହି ଚର୍ଚ୍ଚା ଜୋର ଧରିଛି ହେଲେ ବାସ୍ତବ ରୂପାୟନ ହୋଇ ପାରୁନାହିଁ। କିନ୍ତୁ ବର୍ତ୍ତମାନର ରାଷ୍ଟ୍ରପତିଙ୍କୁ ରାଜ୍ୟପାଳଙ୍କ ଜରିଆରେ ଏକ ଦାବି ପତ୍ର ଦିଆଯିବ ଯେଉଁଥିରେ ମଧୁବାବୁଙ୍କୁ ଭାରତ ରତ୍ନ ପାଇବାର ଦାବି ରହିବ ବୋଲି କହିଛନ୍ତି ବାରାବାଟି କଟକ ବିଧାୟକ ମହମ୍ମଦ ମୋକିମ। ଆଜି କଟକ ସାରଳା ଭବନରେ ଅନୁଷ୍ଠିତ କଟକ ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ମଧୁ ଜୟନ୍ତୀ ପାଳିତ ହୋଇଯାଇଛି।
ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୫ତମ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ। ଜାତୀୟ ସଙ୍ଗୀତରୁ ଆରମ୍ଭ ହୋଇଥଲା ଏହି କାର୍ଯ୍ୟକ୍ରମ। ସେହିପରି କଟକ ଜିଲ୍ଲା ପ୍ରଶାସନ କଟକ ଗୋରାକବର ମଧୁବାବୁଙ୍କ ସମାଧିପୀଠରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀଙ୍କ ସମେତ ବିଭାଗୀୟ ଅଧିକାରୀ । ଏଥିସହ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ମଧ୍ୟ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ତେବେ ଯେଉଁ ଭାରତ ରତ୍ନ ପାଇଁ ଦାବି ରହିଛି ତାହା ଆଗମୀ ଦିନରେ ଏକ ସବୁ ଓଡ଼ିଆଙ୍କ ସ୍ୱର ପାଲଟିବ ବୋଲି କହିଛନ୍ତି ବୁଦ୍ଧିଜୀବୀ। ତେଣୁ ଓଡ଼ିଆ ଜାତିର ଅସ୍ମିତା ଓ ଯିଏ କି ଜଣେ ଓଡ଼ିଆ ଭାବରେ ଆଜି ଦେଶ ତଥା ଦେଶ ବାହାରେ ଉତ୍କଳ ପ୍ରଦେଶ ଓଡିଶାକୁ ଏକ ଗୌରବମୟ ସ୍ଥାନ ଦେଇଛନ୍ତି ତାଙ୍କୁ ଏହି ଭାରତ ରତ୍ନ ମିଳିବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *