Spread the love

ନୂଆଦିଲ୍ଲୀ : ବରିଷ୍ଠ ନାଗରିକଙ୍କୁ ରେଳ ଟିକେଟ ଉପରେ ଦିଆଯାଉଥିବା ରିହାତିକୁ ପୁନଃ ଲାଗୁ କରିବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୁପ୍ରିମ୍ କୋର୍ଟଙ୍କ ଏହି ରାୟ ଦେଶର କୋଟି କୋଟି ବୟସ୍କ ରେଳ ଯାତ୍ରୀଙ୍କ ପାଇଁ ଏକ ବଡ଼ ଝଟକା ସଦୃଶ ହୋଇଛି । ବରିଷ୍ଠ ନାଗରିକମାନଙ୍କୁ ଟ୍ରେନରେ ଦିଆଯାଉଥିବା ରିହାତି ପୁଣି ଲାଗୁ କରିବା ପାଇଁ ଏମ୍ କେ ବାଲକ୍ରିଷ୍ଣନ ଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ୍ ଏସ୍ କେ କୌଲ ଓ ଜଷ୍ଟିସ ଏହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ନିଜ ରାୟରେ କୋର୍ଟ କହିଛନ୍ତି ଯେ ଏହି ରିହାତିକୁ ପୁଣି ଲାଗୁ କରିବା ଲାଗି ନିର୍ଦ୍ଦେଶ ଦେବା କୋର୍ଟଙ୍କ ପକ୍ଷେ ଉଚିତ ହେବ ନାହିଁ । ବରିଷ୍ଠ ନାଗରିକମାନଙ୍କ ସୁବିଧା ଓ ରାଜସ୍ବ ଉପରେ ରିହାତିର ପ୍ରଭାବକୁ ବିଚାରକୁ ନେଇ କେନ୍ଦ୍ର ସରକାର ଏ ସଂପର୍କିତ ନିଷ୍ପତ୍ତି ନେଇପାରିବେ ।
୨୦୨୦ରେ ଯେତେବେଳେ ଭାରତରେ କରୋନା ଭାଇରସ୍ ପ୍ରଥମ ଥର ପାଇଁ ଜୋର ଧରିଥିଲା, ସେତେବେଳେ ରେଳ ମନ୍ତ୍ରଣାଳୟ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବରିଷ୍ଠ ନାଗରିକମାନଙ୍କୁ ଦିଆଯାଉଥିବା ଭଡ଼ା ରିହାତିକୁ ବନ୍ଦ କରିଦେଇଥିଲା । କିନ୍ତୁ କରୋନା ମହାମାରୀ ଶେଷ ହେବା ପରେ ଆଉ ଏହି ରିହାତି ବ୍ୟବସ୍ଥାକୁ ଲାଗୁ କରାଯାଇନଥିଲା ।

Leave a Reply

Your email address will not be published. Required fields are marked *