Spread the love

ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବାସୀ ଓଡ଼ିଆ ବିକାଶ ସମିତିର ମହାବିଷୁବ ସଂକ୍ରାନ୍ତି ମିଳନ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି। କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ଗୋପାଳ ଆର୍ଯ୍ୟ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ।
ଉତ୍ସବରେ କୁପୋଷଣର ମୂଳୋତ୍ପାଟନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବସନ୍ତ କରଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଜାତୀୟ ଶିକ୍ଷାନୀତିରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫେସର ବଳରାମ ପାଣି, ଡାକ୍ତରୀ ସେବାରେ ଉଲ୍ଲେଖନୀୟ କାର୍ଯ୍ୟଲାଗି ଡାକ୍ତର ରମେଶ ମିଶ୍ର ଓ ସଙ୍ଗୀତ କ୍ଷେତ୍ରରେ କ୍ରିଷ୍ଣା ବେଉରାଙ୍କୁ ପୁରସ୍କୃତ କରାଯାଇଥିଲା। ଠିକ୍‌ ସେହିପରି ପ୍ରଭାବୀ ସାମ୍ବାଦିକତା ଦ୍ୱାରା ସାମାଜିକ ସମସ୍ୟାର ନିରାକରଣ ପାଇଁ ଓଟିଭିର ସାମ୍ବାଦିକା ପ୍ରଜ୍ଞା ଚୌଧୁରୀଙ୍କୁ ପ୍ରବାସୀ ଓଡ଼ିଆ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରବାସୀ ଓଡ଼ିଆ ବିକାଶ ସମିତିର ସଭାପତି ସୂର୍ଯ୍ୟ ନାରାୟଣ ମିଶ୍ର କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ।

Leave a Reply

Your email address will not be published. Required fields are marked *