Spread the love

ମୁମ୍ବାଇ : ମାୟାନଗରୀ ମୁମ୍ବାଇକୁ କ୍ୟାରିଅର କରିବାକୁ ଆସୁଥିବା ଯୁବତୀଙ୍କୁ ଫସାଇ ଚାଲିଥିବା ହାଇ ପ୍ରୋଫାଇଲ ସେକ୍ସ ରାକେଟ। ରାତିକ ପାଇଁ ଡିଲ୍‌ ହେଉଥିଲା ୫୦ରୁ ୮୦ ହଜାର ଟଙ୍କା । ଦର ଛିଣ୍ଡାଉଥିଲେ ଜଣେ ଭୋଜପୁରୀ ଅଭିନେତ୍ରୀ, ଯିଏ କି ଏହି ଦେହ ବେପାରର ଦଲାଲ ସାଜିଥିଲେ । ଏପରି ଏକ ରାକେଟକୁ ମୁମ୍ବାଇ ପୁଲିସ୍‌ ଠାବ କରିବା ସହ ଏଥିରେ ସମ୍ପୃକ୍ତ ଭୋଜପୁରୀ ଅଭିନେତ୍ରୀଙ୍କୁ ଗିରଫ କରିଛି। ଏଥିସହ ୩ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।

ମୁମ୍ବାଇସ୍ଥିତ ପାମ୍‌ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ନେଇ ପୁଲିସ୍‌କୁ ସୂଚନା ମିଳିଥିଲା। ଏହାପରେ ଉକ୍ତ ରାକେଟକୁ ଧରିବାକୁ ପୁଲିସ୍‌ ଜାଲ ବିଛାଇଥିଲା। ପ୍ରଥମେ ଜଣେ ପୁଲିସ୍‌ ଅଧିକାରୀ ଗରାଖ ସାଜି ଅଭିନେତ୍ରୀ ସୁମନ କୁମାରୀଙ୍କ ନିକଟକୁ ଯାଇଥିଲେ। ଯୁବତୀ ଯୋଗାଇଦେବାକୁ କହି ସୁମନ କୁମାରୀ ତାଙ୍କ ସହ ଡିଲ୍‌ କରିଥିଲେ। ଏପରିକି ପ୍ରତି ମଡେଲ ପାଇଁ ସୁମନ ତାଙ୍କୁ ୫୦ ହଜାରରୁ ୮୦ ହଜାର ଟଙ୍କା ମାଗିଥିଲେ।

ଦର ଛିଣ୍ଡିବା ପରେ ସୁମନ କୁମାରୀ ତାଙ୍କୁ ହୋଟେଲକୁ ନେଇଯାଇଥିଲେ। ସେଠାରେ ମଡେଲମାନେ ପୂର୍ବରୁ ଊପସ୍ଥିତ ଥିଲେ। ଉକ୍ତ ସମୟରେ ପୁଲିସ୍‌ ସେଠାରେ ରେଡ୍‌ କରି ସୁମନ କୁମାରୀଙ୍କୁ ଗିରଫ କରିବା ସହ ୩ ମଡେଲଙ୍କୁ ଉଦ୍ଧାର କରିଛି।

ମୁମ୍ବାଇକୁ କ୍ୟାରିଅର କରିବାକୁ ଆସୁଥିବା ଯୁବତୀଙ୍କୁ ଫସାଇ ସୁମନ ଦେହ କାରବାରରେ ଲଗାଉଥିଲେ। ସୁମନ ବହୁ ଭୋଜପୁରୀ ଫିଲ୍ମ ତଥା ଶୋ’ ତଥା ଓଟିଟି ପ୍ଲାଟଫର୍ମରେ କାମ କରିଛନ୍ତି। ସେ ପ୍ରାୟ ୬ ବର୍ଷ ହେଲା ମୁମ୍ବାଇ ଆସିଥିଲେ। ହେଲେ ସେ କେବେଠୁ ଏହି ରାକେଟ ଚଳାଇଛନ୍ତି,, ସେ ନେଇ କିଛି ସୂଚନା ମିଳିନି।

Leave a Reply

Your email address will not be published. Required fields are marked *