Spread the love

ମୁମ୍ବାଇ: କରୋନା କାଳରେ ଗରିବଙ୍କ ପାଇଁ ଭଗବାନ ଭାବରେ ଉଭା ହୋଇଥିବା ବଲିଉଡ ଅଭିନେତା ସୋନୁ ସୁଦ ବର୍ତ୍ତମାନ ପର୍ଯ୍ୟନ୍ତ ରାଜନୀତିରେ ପ୍ରବେଶ କରିବାକୁ ମନା କରିଆସିଛନ୍ତି। ହେଲେ ଇନ୍ଦୋରରେ ସେ କିଛି ଏଭଳି କଥା କହିଛନ୍ତି, ଯେଉଁଥିରୁ ସେ ରାଜନୀତିରେ ଖୁବଶୀଘ୍ର ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏବେ ଇଚ୍ଛା ନଥିଲେ ବି ଭବିଷ୍ୟତରେ ସେ ରାଜନୀତିରେ ଯୋଗ ଦେବେ ବୋଲି କୁହାଯାଉଛି।
ଇନ୍ଦୋରରେ ଏକ ରିୟାଲିଟି ସୋ’ର ପ୍ରଚାର ସମୟରେ ସୋନୁ କହିଛନ୍ତି ଯଦି ସୁଯୋଗ ଦିଆଯାଏ, ମୁଁ ଇନ୍ଦୋରରୁ ପ୍ରତିଯୋଗିତା କରିବାକୁ ପସନ୍ଦ କରିବି। ଏହା ଶୁଣି ଇନ୍ଦୋର ସାଂସଦ ଶଙ୍କର ଲାଲୱାନୀ କହିଛନ୍ତି ଯେ ସୋନୁଙ୍କୁ ରାଜନୀତିରେ ପ୍ରବେଶ କରିବା ଉଚିତ୍। ତାଙ୍କୁ ଆମେ ଖୁସି ହୋଇ ସ୍ବାଗତ କରିବୁ।
ରାଜନୀତିରେ ପ୍ରବେଶ ସହ ଜଡିତ ପ୍ରଶ୍ନ ଉପରେ ସୋନୁ ସୁଦ କହିଛନ୍ତି ଯେ ଅଭିନୟ ଜଗତ ଭଲ। ରାଜନୀତି ମଧ୍ୟ ବହୁତ ଭଲ। ଲୋକମାନେ ରାଜନୀତିକୁ ଆସି ଭଲ କାମ କରନ୍ତି। ଯେବେ ବି କେହି ଭିନ୍ନ ପେସାରେ ଥିବା ଲୋକ ଭଲ କାମ କରିବା ଆରମ୍ଭ କରନ୍ତି, ସେମାନଙ୍କୁ ରାଜନୀତିରେ ପ୍ରବେଶ କରିବାକୁ କୁହାଯାଏ। ମୁଁ ଭାବୁଛି ରାଜନୀତିରେ ନଥାଇ ବି ଭଲ କାମ କରାଯାଇପାରିବ। ଭବିଷ୍ୟତରେ କ’ଣ ହେବ ତାହା ଜାଣି ନାହିଁ। ମୁଁ ଜନସାଧାରଣଙ୍କ ସେବା କରିବାକୁ ଭଲ ପାଏ। ସମସ୍ତେ ଜାଣନ୍ତି ଯେ ମୁଁ ଲୋକମାନଙ୍କୁ ଅନେକ ଉପାୟରେ ସାହାଯ୍ୟ କରୁଛି। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରାଜନୀତି ହେଉଛି ସର୍ବୋତ୍ତମ ମାଧ୍ୟମ। ଯଦି ମୋତେ ସୁଯୋଗ ମିଳେ ତେବେ ମୁଁ ଇନ୍ଦୋରରୁ ହିଁ ନିର୍ବାଚନ ଲଢ଼ିବାକୁ ଚାହିବି।

Leave a Reply

Your email address will not be published. Required fields are marked *