Spread the love

ନୂଆଦିଲ୍ଲୀ : କମ୍ପ୍ୟୁଟର ଟେକ୍ନୋଲୋଜିକୁ ଅଧିକ ବିକଶିତ କରିବା କ୍ଷେତ୍ରରେ କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଆଜି ଜାତୀୟ କ୍ୱାଣ୍ଟମ୍ ମିଶନକୁ ଅନୁମୋଦନ କରିଛନ୍ତି। ଆଜି ଜାତୀୟ କ୍ୱାଣ୍ଟମ୍ ମିଶନ୍ NQMର ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।
ଏହି ମିଶନ ପାଇଁ କେନ୍ଦ୍ର ସରକାର ୨୦୨୩-୨୪ରୁ ରୁ ୨୦୩୦-୩୧ ମଧ୍ୟରେ ମୋଟ ୬୦୦୩.୬୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। କ୍ୱାଣ୍ଟମ୍ ଟେକ୍ନୋଲୋଜି ସାଧାରଣ କମ୍ପ୍ୟୁଟର ଅପେକ୍ଷା ଅନେକ ଗୁଣରେ ତା’ ପୁଣି କମ୍ ସମୟରେ ଅନେକ ତଥ୍ୟକୁ ପ୍ରୋସେସ କରିପାରିବ।
ଏହି ଟେକ୍ନୋଲଜି ଯୋଗାଯୋଗ, ସ୍ୱାସ୍ଥ୍ୟ, ଫାର୍ମା, ଆର୍ଥିକ କ୍ଷେତ୍ର, ଶକ୍ତି, ପ୍ରତିରକ୍ଷା ଓ ତଥ୍ୟ ସୁରକ୍ଷା ପ୍ରସଙ୍ଗରେ ଗେମଚେଞ୍ଜର ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ବର୍ତ୍ତମାନ ଆମେରିକା, ଚାଇନା, ଫ୍ରାନ୍ସ, ଅଷ୍ଟ୍ରିଆ ଓ ଫିନଲ୍ୟାଣ୍ଡ ଭଳି ଦେଶରେ ଏହି ଟେକ୍ନୋଲଜି ରିସର୍ଚ୍ଚ ଓ ବିକଶିତ ଷ୍ଟେଜରେ ରହିଛି। ହେଲେ ସେମାନେ ଏହାର ବ୍ୟବହାର କରି ନାହାନ୍ତି।
ବର୍ତ୍ତମାନ ଭାରତ ଏହି ଦେଶଗୁଡ଼ିକ ତାଲିକାରେ ସାମିଲ ହୋଇଛି। ଭାରତକୁ ଗୋଟିଏ ଅଗ୍ରଣୀ ଦେଶ ଭାବେ ତିଆରି କରିବା ପାଇଁ NQM ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ବିଜ୍ଞାନ ଓ ଟେକ୍ନୋଲଜି ଜିତେନ୍ଦ୍ର ସିଂହ କହିଛନ୍ତି, ଏଥିପାଇଁ ଚାରୋଟି ଭିନ୍ନ ହବ୍ ତିଆରି କରାଯିବ। ସେଗୁଡିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମିଶନ ନିର୍ଦ୍ଦେଶକ ଦ୍ୱାରା ପରିଚାଳିତ ହେବ। ଏହି ମିଶନର ମାଗଦର୍ଶକ ଭାବେ ଗୋଟିଏ ଗଭର୍ଣ୍ଣିଂ ବଡି ରହିବ।
ଆଜିର ଆଧୁନିକ ଯୁଗରେ କମ୍ପ୍ୟୁଟର ଟେକ୍ନୋଲୋଜିରେ ସବୁ ଦିନ ନୂଆ ନୂଆ ଘଟଣା ଘଟୁଛି। ଏପରି ପରିସ୍ଥିତିରେ କ୍ୱାଣ୍ଟମ୍ କମ୍ପ୍ୟୁଟିଂଗ ଗୋଟିଏ ଦ୍ରୁତଗତିରେ କାର୍ଯ୍ୟକାରୀ କରୁଥିବା ଟେକ୍ନୋଲୋଜ। ଏହାର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ହେବ ବୋଲି ବିଭନ୍ନ ଗବେଷଣାରୁ ଜଣାପଡ଼ିଛି। ସାଧାରଣ ଭାଷାରେ କହିଲେ, ପୁରୁଣା କମ୍ପ୍ୟୁଟର ବ୍ୟବସ୍ଥାରେ ଯେଉଁ ସବୁ ବିଷୟଗୁଡ଼ିକର ସମାଧାନ ପାଇଁ ଅଧିକ ସମୟ ଲାଗିଥାଏ, ଏହି ପ୍ରଯୁକ୍ତିବିଦ୍ୟା ଅତ୍ୟନ୍ତ କମ ସମୟରେ କ୍ଷୀପ୍ର ଗତିରେ ଏହାକୁ ସମାଧାନ କରିପାରିବ।
କ୍ୱାଣ୍ଟମ୍ ଟେକ୍ନୋଲୋଜି ପଦାର୍ଥ ବିଜ୍ଞାନର ଏକ ଅଂଶବିଶେଷ। ଆଜିର କମ୍ପ୍ୟୁଟରରେ ବ୍ୟବହୃତ ଟେକ୍ନୋଲୋଜି ଅପେକ୍ଷା ଏହା ଅଧିକ ସୁରକ୍ଷିତ ବୋଲି ବିବେଚନା କରାଯାଏ। ଏହାର ବ୍ୟବହାର ଅତ୍ୟନ୍ତ ସଫଳତାର ସହ କରାଯାଇଛି। ଡାଟା ପ୍ରୋସେସ କରିବା ଓ ଏହାକୁ ଆବଶ୍ୟକ ଅନୁସାରେ ପ୍ରସ୍ତୁତ କରିବା କ୍ଷେତ୍ରରେ କ୍ୱାଟମ କମ୍ପ୍ୟୁଟିଂଗ ଅତ୍ୟନ୍ତ ସହଜ ହୋଇପାରିବ। ଆଜିର ପାରମ୍ପାରିକ କମ୍ପ୍ୟୁଟର ଟ୍ରାଞ୍ଜିଟର ଭିତ୍ତିକ ହୋଇଥିବା ବେଳେ କ୍ୱାଟମ କମ୍ପ୍ୟୁଟର ଅଟୋମ୍ସରେ କାମ କରିବ। କ୍ୱାଟମ କମ୍ପ୍ୟୁଟର କ୍ୱାଟମ ବିଟ୍ସ ବ୍ୟବହାର କରିଥାଏ।

Leave a Reply

Your email address will not be published. Required fields are marked *