Spread the love

ଗଞ୍ଜାମ ଜିଲ୍ଲା ଓଡ଼ିଶା ପାଇଁ ସୁନାମ ଆଣିଛି, ଜାତୀୟ ପୁରସ୍କାର ପାଇଲା ଜିଲ୍ଲା ପରିଷଦ,  ହିଂଜିଲିକାଟୁ ଦେଶର ଏକ ନମ୍ବର ବ୍ଲକ

ଛତ୍ରପୁର(୧୭.୦୪) : କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ  ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଆୟୋଜିତ ସମାରୋହରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପରିଷଦକୁ ସର୍ଵ ଭାରତୀୟ ସ୍ତରରେ ପ୍ରଥମସ୍ଥାନ ହାସଲ କରିଥିବା ହେତୁ ପାଞ୍ଚ କୋଟି ପୁରସ୍କାର ରାଶି ସହିତ ସମ୍ମାନିତ କରିଛନ୍ତି । ଏହି ସମାରୋହରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ ଉପସ୍ଥିତ ରହି ପୁରସ୍କାର ଗୁଡିକ ପ୍ରଦାନ କରିଥିଲେ ।
ପୁରସ୍କାରଟି ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ , ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହି ଅଧିକାରୀ କୀର୍ତ୍ତି ଭାସନ ଭି ଗ୍ରହଣ କରିଛନ୍ତି । ନାନାନୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ଶ୍ରେଣୀରେ ପୁରସ୍କୃତ କରାଯାଇଛି । ଶ୍ରେଷ୍ଠ ପଞ୍ଚାୟତ ଭାବେ ସର୍ବ ଭାରତୀୟ ସ୍ତରରେ  ହିଂଜିଲିକାଟୁ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ହେତୁ ଦୁଇକୋଟି ଅର୍ଥ ରାଶି ସହ ସମ୍ମାନିତ ହୋଇଛି । ଦ୍ଵିତୀୟ ଶ୍ରେଷ୍ଠ   ” ସୁସ୍ଥ ପଞ୍ଚାୟତ ” ଭାବେ ହିଂଜିଲିକାଟୁ ବ୍ଲକ କଞ୍ଚୁଡୁ ପଞ୍ଚାୟତକୁ ୭୫ ଲକ୍ଷ, ଶାଶନ ଆମ୍ବ ଗାଁ ଦ୍ଵିତୀୟ ଶ୍ରେଷ୍ଠ ” ସୁସ୍ଥ ଓ ସବୁଜ ପଞ୍ଚାୟତ ” ଗ୍ରାମ ଭାବେ ୭୫ ଲକ୍ଷ, ଭଞ୍ଜନଗର ବ୍ଲକ କୁଲାଡ଼ ଗ୍ରାମ ପଞ୍ଚାୟତକୁ ଦ୍ଵିତୀୟ ଶ୍ରେଷ୍ଠ “ସାମାଜିକ ଭାବେ ସୁରକ୍ଷିତ”ସକାଶେ ୭୫ ଲକ୍ଷ ଏବଂ ପାତ୍ରପୁର ବ୍ଲକ ଆଙ୍କଲୀ ଗ୍ରାମ ପଞ୍ଚାୟତକୁ ୭୫ ଲକ୍ଷ ଅର୍ଥ ରାଶି ସହିତ ସମ୍ମାନିତ କରାଯାଇଛି ।  ଆଜି ଗଞ୍ଜାମ ଜିଲ୍ଲାର ଏଭଳି ସମ୍ମାନ ଜନକ ପୁରସ୍କାର ପାଇଥିବା ହେତୁ ଓଡ଼ିଶାର ସୁନାମ ଆଣି ଦେଇ ପାରିଛି । ଯାହାକି ସାରା ରାଜ୍ୟ ପାଇଁ ଗର୍ଵ ଓ ଗୌରବ ଆଣିଛି ।

ହିଂଜିଲିକାଟୁ ବ୍ଲକ ପୁରସ୍କାର ବ୍ଲକ ଅଧକ୍ଷ୍ୟା ସରସ୍ୱତୀ ସେଠୀ, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହି ଅଧିକାରୀ କୀର୍ତ୍ତି ଭାସନ ଭି , ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଗ୍ରହଣ କରିଥିବା ବେଳେ, କଞ୍ଚୁଡୁ ପଞ୍ଚାୟତ ପୁରସ୍କାରଟି ସରପଞ୍ଚ ମଦନ ମୋହନ ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ସାହୁ ପୁରସ୍କାର ଗ୍ରହଣ କରିଥିଲେ । ଶାସନ ଆମ୍ବ ଗାଁ ପାଇଥିବା ପୁରସ୍କାର ଟି ସରପଞ୍ଚ ଜନାର୍ଦ୍ଧନ ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବାସୁଦେବ ବେହେରା ପୁରସ୍କାର ଗ୍ରହଣ କରିଥିଲେ । କୁଲାଡ଼ ଗ୍ରାମ ପଞ୍ଚାୟତ ପୁରସ୍କାରଟି ସରପଞ୍ଚ ଭି. ସଂଯୁକ୍ତା ରାଜୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଏବଂ ଆଙ୍କୁଲି ଗ୍ରାମ ପଞ୍ଚାୟତ ପୁରସ୍କାର ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, କମ୍ପୁଟର ପ୍ରୋଗ୍ରାମର ଦେବାଶିଷ ପ୍ରଧାନମୁଖ ଗ୍ରହଣ କରିଥିଲେ । ଜିଲ୍ଲାର ସମସ୍ତ ୬ ଗୋଟି ପୁରସ୍କାର ଗ୍ରହଣ ସମୟରେ ଜିଲ୍ଲାପାଳ ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *