Spread the love

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଏବଂ ଭାଇ ଅସରଫ ଦୁଇଭାଇଙ୍କୁ ପୁଲିସ ମେଡିକାଲ ଯାଞ୍ଚ ପାଇଁ ନେଉଥିବା ବେଳେ ତାଙ୍କ ଉପରକୁ ୩ଜଣ ଯୁବକ ଆଖିବୁଜା ଗୁଳି ମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ଅତିକ ଓ ଅସରଫଙ୍କ ମୃତ୍ୟୁ ହୋଇଯାଇଥିଲା। ଶନିବାର ଦୁଇଭାଇଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ରବିବାର ଦୁହିଁଙ୍କୁ କବର ଦିଆଯାଇଥିଲା। ଆଜି ସୋମବାର ଏପ୍ରିଲ ୧୭ ତାରିଖରେ ଦୁହିଁଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି।
ବ୍ୟବଚ୍ଛେଦ ରିପୋର୍ଟରେ ଅତିକର ଶରୀରରୁ ୯ଟି ଗୁଳି ମିଳିଥିବା ବେଳେ ତାର ଭାଇ ଅସରଫ ଶରୀରରୁ ୫ଟି ଗୁଳି ବାହାରିଛି। ଉଭୟଙ୍କ ଶରୀରରୁ ସମୁଦାୟ ୧୪ଟି ଗୁଳି ମିଳିଥିବା ଡାକ୍ତରୀଦଳ ପକ୍ଷର ସୂଚନା ମିଳିଛି। ବ୍ୟବଚ୍ଛେଦ ସମୟର ଭିଡିଓ ବି ରେକର୍ଡ କରାଯାଇଛି।
ଅତିକର ମୁଣ୍ଡରେ ଗୋଟିଏ ଗୁଳି ବାଜି ଥିବା ବେଳେ ଅନ୍ୟ ୮ଟି ଗୁଳି ବେକ, ଛାତି, ପେଟ ଏବଂ ହାତ ସମେତ ଶରୀରର ଅନ୍ୟ ଅଙ୍ଗରେ ବାଜିଥିଲା। ସେହିପରି ଅସରଫର ମୁହଁରେ ଗୋଟିଏ ଗୁଳି ବାଜିଥିବା ବେଳେ ଓ ଆଉ ୪ଟି ଗୁଳି ବେକ, ଛାତି ଏବଂ ପେଟ ପଟ ଦେଇ ବାହାରି ଯାଇଥିଲା।
ଏହି ହତ୍ୟା‌କାଣ୍ଡ ଘଟଣା ପରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହିତ ଏହି ହତ୍ୟାକାଣ୍ଡ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *