Spread the love

କଟକ ; ରାଜ୍ୟରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆଖି ବୁଜିଛନ୍ତି ଜଣେ କରୋନା ଆକ୍ରାନ୍ତ । କଟକ ଏସସିବି ମେଡିକାଲ କଲେଜର ଡେଡିକେଟେଡ୍ କୋଭିଡ ହସ୍ପିଟାଲରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଘର ପୁରୀ ଜିଲ୍ଲାରେ ବୋଲି ଜଣାଯାଇଛି।
କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବୃଦ୍ଧ ଜଣକ ବୁଧବାର କ୍ୟାପିଟାଲ ହସ୍ପିଟାଲରୁ କଟକ ଏସସିବିକୁ ରେଫର ହୋଇଥିଲେ। କିନ୍ତୁ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁରୁବାର ତାଙ୍କ ମୃତ୍ୟୁ ହୋଇଛି।
ଏପର୍ଯ୍ୟନ୍ତ ଏସସିବି ମେଡିକାଲକୁ ମୋଟ ୩ ଜଣ କୋଭିଡ ପଜିଟିଭ ରୋଗୀ ଆସିଥିବା ବେଳେ ଜଣେ ଡିସଚାର୍ଜ ହୋଇଛନ୍ତି। ଏବେବି ଜଣେ ଚିକିତ୍ସିତ ହେଉଛନ୍ତି। ତେବେ ବୃଦ୍ଧଙ୍କର କୋଭିଡରେ ମୃତ୍ୟୁ ହୋଇଥିବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।
ଦିନକୁ ଦିନ କାୟା ମେଲାଇବାରେ ଲାଗିଛି କରୋନା। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଥିବା ବେଳେ ବିଭିନ୍ନ ରାଜ୍ୟରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି।

Leave a Reply

Your email address will not be published. Required fields are marked *