Spread the love

ଭୁବନେଶ୍ବର: କୋଭିଡ ସ୍ଥିତିକୁ ନେଇ କରାଯିବ ମକଡ୍ରିଲ। ଏସଂପର୍କରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ଏବେ ନୂଆ ଏକ ଭାରିଆଣ୍ଟ ଆସୁଛି। ଏହାକୁ ନେଇ ସମଗ୍ର ଦେଶରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି। କେନ୍ଦ୍ର ସରକାର କୋଭିଡ ସଂଖ୍ୟାକୁ ନେଇ ଏକ ନୂଆ ଆଡ଼ଭାଇଜରି ଜାରି କରିଛନ୍ତି। ଆମକୁ କଡାକଡି ନିୟମ ପାଳନ କରିବାକୁ ପଡ଼ିବ।
ଆମ ରାଜ୍ୟରେ ମାସେ ଭିତରେ ପିକ ଆସିପାରେ। ଆମେ କିଭଳି ପ୍ରସ୍ତୁତ ରହିଛନ୍ତି ସେଥିପାଇଁ ମକଡ୍ରିଲ କରାଯିବାକୁ କୁହାଯାଇଛି। କ୍ୟାପିଟାଲ ହସ୍ପିଟାଲ ଡାକ୍ତର , ପରମେଡିକସ , ବିଭାଗୀୟ ମୁଖ୍ୟଙ୍କ ଭଳି ସମସ୍ତ ଲୋକେ ଏହି ଡ୍ରିଲରେ ରହିବେ। କ୍ୟାପିଟାଲ ହସ୍ପିଟାଲ ମଧ୍ୟ ପ୍ରସ୍ତୁତ ଅଛି। ଯେହେତୁ କୋଭିଡ ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବେଡର ବ୍ୟବସ୍ଥା ନାହିଁ, ତଥାପି ଆସୁଥିବା କୋଭିଡ ରୋଗୀଙ୍କର କିଭଳି ଚିକିତ୍ସା କରାଯାଇପାରିବ ସେନେଇ କ୍ୟାପିଟାଲ ହସ୍ପିଟାଲ ପ୍ରସ୍ତୁତ ଅଛି। ପୂର୍ବପରି ଟେଷ୍ଟିଂ ବର୍ତ୍ତମାନ ମଧ୍ୟ ଚାଲିଛି। କୋଭିଡ ପରୀକ୍ଷା ପାଇଁ ଏତେ ଲୋକ ଏବେ ଆସିନାହାନ୍ତି। ଆବଶ୍ୟକ ସ୍ଥଳେ ଏହାକୁ ବୃଦ୍ଧି କରାଯିବ। ଟିକାକରଣ ଏବେ ବନ୍ଦ ଅଛି, ନିର୍ଦ୍ଦେଶ ଆସିଲେ ପୁଣି ଏହା ଆରମ୍ଭ କରିାଯିବ।

Leave a Reply

Your email address will not be published. Required fields are marked *