Spread the love

ଭୁବନେଶ୍ବର: ଓଡ଼ିଶା ପରିବାର ନିର୍ଦେଶାଳୟ ଖୋଲିବା ନେଇ କ୍ୟାବିନେଟ ନିଷ୍ପତ୍ତି ପରେ ଏନେଇ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପ୍ରବାସୀ ଓଡ଼ିଆମାନଙ୍କର ସମସ୍ୟା ବୁଝିବା ପାଇଁ ଗୋଟେ ସ୍ୱତନ୍ତ୍ର ଦପ୍ତର ରହିବ। ଏହା ଦ୍ୱାରା ଓଡ଼ିଆମାନଙ୍କର ଜାତୀୟତାର ପରିପ୍ରକାଶ ହେବ। ସମଗ୍ର ଓଡ଼ିଆ ଜାତିଙ୍କୁ ଏକତ୍ରିତ କରିବା ପାଇଁ ଏବଂ ଜାତୀୟତାବୋଧ ଭିତ୍ତିରେ ବିଶ୍ଵ ଓଡ଼ିଆଙ୍କୁ ଏକଜୁଟ କରିବାର ନୂଆ ପ୍ରେରଣା ନେଇ ଏହି ନିର୍ଦେଶାଳୟ ଖୋଲା ଯାଉଛି। ବିଶ୍ୱରେ ଓଡ଼ିଆ ଜାତିର ନୂଆ ଉନ୍ମେଷ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି। ସବୁ ପ୍ରବାସୀମାନଙ୍କ ସହିତ ଆମର କନେକସନ ନଥିଲା ତେଣୁ ସମସ୍ତଙ୍କୁ ଏକଜୁଟ କରିବା ପାଇଁ ଏହି ଦପ୍ତର ଖୋଲା ଯାଉଛି।
ମନ୍ତ୍ରୀ ଅଶ୍ୱିନୀ ପାତ୍ର ଆହୁରି କହିଛନ୍ତି, ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ, କି ଦଳୀୟ କାର୍ଯ୍ୟକ୍ରମକୁ କୌଣସି ସରକାରୀ ସ୍ୱୀକୃତି ଦିଆ ଯାଇନି। ଓଡ଼ିଶା ମୋ ପରିବାର ଅଲଗା ଓଡ଼ିଶା ପରିବାର ନିର୍ଦେଶାଳୟ ଅଲଗା। ବିରୋଧୀ କଣ କହିଲେ ତାର ଉତ୍ତର ଦେବା ପାଇଁ ମୁଁ ବାଧ୍ୟ ନୁହେଁ। କିଏ ଭୋଟ ବ୍ୟାଙ୍କ କରିବ କି ନ କରିବ ତାହା ସମୟ କହିବ। ଓଡ଼ିଶା ମୋ ପରିବାର ବିଜେଡିର କାର୍ଯ୍ୟକ୍ରମ ଥିଲେ ବି ତାର ଦୃଷ୍ଟିଭଙ୍ଗୀ ଅଲଗା ଓ ତାର କାର୍ଯ୍ୟକ୍ରମ ଭିନ୍ନ। ଭୋଟ କି ଦଳ ସହିତ ଏହାର କୌଣସି ସମ୍ପର୍କ ନାହିଁ।

Leave a Reply

Your email address will not be published. Required fields are marked *