Spread the love

ଭୁବନେଶ୍ବର :  ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ହେଉଛି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ। ତା’ସହ ଆୟରେ ସର୍ବାଧିକ ଅଭିବୃଦ୍ଧି ମଧ୍ୟ ବିଜେଡିର ହୋଇଛି। ଏମିତିକି ବିଜେଡିର ଆୟ ୩୬ଟି ଛୋଟ ବଡ଼ ଆଞ୍ଚଳିକ ଦଳଙ୍କ ମୋଟ ଆୟର ୨୫.୩୩ ପ୍ରତିଶତ ବୋଲି ଆସୋସିଏଟ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍) ତା’ର ରିପୋର୍ଟରେ ପ୍ରକାଶ କରିଛି। ଏହି ରିପୋର୍ଟ ଅନୁସାରେ ୩୬ଟି ଆଞ୍ଚଳିକ ଦଳର ମୋଟ ଆୟ ୧୨୧୩. ୧୩୨ କୋଟି ଟଙ୍କା ହୋଇଥିବାବେଳେ, କେବଳ ବିଜେଡିର ଆୟ ହେଉଛି ୩୦୭.୨୮୮ କୋଟି ଟଙ୍କା। ୨୦୨୧ ମସିହାରେ ଦଳ ନିର୍ବାଚନ ପ୍ରଚାର ସମେତ ବିଭିନ୍ନ ବାଟରେ ୨୮.୫୩ କୋଟି ଖର୍ଚ୍ଚ କରିଛି। ବାକି ୨୭୮.୬୫୮ କୋଟି ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକ ଟଙ୍କା ବଳକା ରହିଛି

Leave a Reply

Your email address will not be published. Required fields are marked *