Spread the love

ନୟାଗଡ଼ : ଦଣ୍ଡନୃତ୍ୟ କରିବାକୁ ଯାଇ ନୟାଗଡ଼ ଦଶପଲ୍ଲା ଅଂଚଳର ଜଣେ ଦଣ୍ଡୁଆ ନିଖୋଜ ଘଟଣାରେ ଆସିଛି ଦୁଃଖଦ ଖବର। ଆଜି ନିଖୋଜ ଦଣ୍ଡୁଆଙ୍କ ମୃତଦେହ ମିଳିଛି। ସେ ଗତ ୫ ଦିନ ଧରି ନିଖୋଜ ଥିଲେ। ଘୁଗୁଡ଼ିପଡ଼ା ନିକଟ ବୃତ୍ତଙ୍ଗ ନଦୀକୂଳ ଜଙ୍ଗଲରୁ ତାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତକ ଜଣକ କୃଷ୍ଣଚନ୍ଦ୍ରପୁର ପାଟଣା ଗାଁର ବିଜୟ ନାହାକ।
ସୂଚନା ଥାଉକି, ଦଣ୍ଡଯାତ୍ରାର ପରଭା ଉତ୍ସବରେ ଅଭିନୟ କରିବା ପରେ ସେ ନିଖୋଜ ହୋଇଯାଇଥିଲେ। ଏହାକୁ ନେଇ ଦୁଇ ଗାଁ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ନିଖୋଜ ଦଣ୍ଡୁଆଙ୍କ ଗ୍ରାମବାସୀ ଦଣ୍ଡଯାତ୍ରା ହେଉଥିବା ଗାଁ କୃଷ୍ଣଚନ୍ଦ୍ରପୁରରେ ଆସି ପ୍ରତିବାଦ କରିଥିଲେ। ଧାରଣା ଦେବା ସହ ଦଣ୍ଡୁଆଙ୍କୁ ଖୋଜି ଦେବାକୁ ଦାବି କରିଥିଲେ ।
ଶେଷରେ ବିଜୟଙ୍କ ମୃତଦେହ ମିଳିଛି। ଯାହାକୁ ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେମାନେ ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *