Spread the love

ଆଠଗଡ- ପବିତ୍ର ଚୈତ୍ର ପୂର୍ଣ୍ଣିମା ଅବସରରେ ଆଠଗଡ କୈବର୍ତ୍ତ ସମାଜ ପକ୍ଷରୁ ଦୁଇଦିନ ଧରି ଘୋଡ଼ାନାଚ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଗୁରୁବାର ମା’ ବାଉତୀଙ୍କ ଝାମୁଯାତ୍ରା ପରେ ପରେ ସନ୍ଧ୍ୟାରେ ଆଠଗଡ ଦୁର୍ଗାବଜାର ମଣ୍ଡପରେ ଅନୁଷ୍ଠିତ ଉତ୍ସବରେ କୈବର୍ତ୍ତ ସମାଜର ସଭାପତି ଅଜୟ ବେହେରା ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ଆଠଗଡ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ , ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ସୁଶ୍ରୀ ସୁବର୍ଣ୍ଣ ମଂଜରୀ ଭଞ ଓ ସୁଚିତ୍ରା ସାହୁଙ୍କ ସମେତ ଦୁର୍ଗାବଜାର କମିଟିର ସଂପାଦକ ଶକ୍ତିଦତ୍ତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
ଆଧୁନିକ ସମାଜରେ ଆମର କଳା , ସଂସ୍କୃତି, ଲୋକକଳା ଲୋପ ହେବାକୁ ବସିଲାଣି , ଯୁବ ସମାଜ କେବଳ ଆଧୁନିକତାର ଛାପରେ ବ୍ୟସ୍ତ ରହୁଥିବା ବେଳେ ଆମର କଳା , ସଂସ୍କୃତି ବିଷୟରେ କିଛି ଜାଣୁ ନାହାନ୍ତି। ନିଜ ଜାତିର ପରିଚୟ ନିଜର କଳା ଓ ସଂସ୍କୃତି ବୋଲି ମଞାସୀନ ଅତିଥି ମାନେ ପ୍ରକାଶ କରିବା ସହ ଲୋକକଳାକୁ ବଞ୍କୈଚାଇ ରଖିବା ଲାଗି ଆଠଗଡ କୈବର୍ତ୍ତ ସମାଜର ଏଭଳି ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଥିଲେ।

ଏହି ଅବସରରେ କଟକ ସଦର ଅଞ୍ଚଳର ସାଇଲୋ ଗ୍ରାମର ମା’ ବାସନ୍ତୀ ଚଇତାଳି ଘୋଡା ନାଚ ଦଳ ପକ୍ଷରୁ ଘୋଡାନାଚ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି ଲୋକକଳା ଘୋଡାନାଚ ଦେଖିବାକୁ ଶତାଧିକ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ବଜାର ଓ ଝରଣଛକ କୈବର୍ତ୍ତ ସାହିବାସୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *