Spread the love

ଭୁବନେଶ୍ୱର: ଅନୁବାଦ ସାହିତ୍ୟର ବିକାଶ କ୍ଷେତ୍ରରେ କାର୍ଯ୍ୟରତ ‘ଅନୁବାଦ ସାହିତ୍ୟ ପରିଷଦ ଟ୍ରଷ୍ଟ’ ପକ୍ଷରୁ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର ଭୁବନେଶ୍ବର ଗୀତଗୋବିନ୍ଦ ସଦନ ପ୍ରେକ୍ଷାଳୟରେ ଆରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ଓ ଅନୁବାଦକ ଏ.ଜେ ଥୋମସ୍‌, ସମ୍ମାନିତ ଅତିଥି ସାହିତ୍ୟିକ ଦେବୀ ପ୍ରସନ୍ନ ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ପ୍ରବୋଧ ରାଉତ, ‌ଗବେଷକ ଓ ଅନୁବାଦକ ଅସିତ୍‌ ମହାନ୍ତି ଯୋଗ ଦେଇଥିଲେ। ଅନୁବାଦ ସାହିତ୍ୟ ପରିଷଦର ଉପସଭାପତି ମାଳବିକା ପଟେଲ୍‌ ସଭାପତିତ୍ବ କରିଥିବା ବେଳେ ଶୁଭଶ୍ରୀ ଓଝା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଟ୍ରଷ୍ଟର ସାଧାରଣ ସମ୍ପାଦକ ତାପସ ରଂଜନ ତ୍ରିପାଠୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ସଭାରେ ଉପସଭାପତି ସୋମେଶ ମହାପାତ୍ର ଉପସ୍ଥିତ ଥିଲେ। ନମିତା ଲକ୍ଷ୍ମୀ ଜଗଦେବ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ଗୁଜୁରାଟୀ, ପଞ୍ଜାବୀ ତେଲଗୁ ଓ ଇଂରାଜୀ ଭାଷାର ୪ଟି ଅନୁଦିତ ବହି ଉନ୍ମୋଚନ ହୋଇଥିଲା। ଏଥିରେ ପୁସ୍ତକର ଅନୁବାଦକ କମଳା ଶତପଥୀ, ପ୍ରଶାନ୍ତ କୁମାର ମହାନ୍ତି, ସୂଚନା ପାଢ଼ୀ ଓ ବୀଣା ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *