Spread the love

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡି। ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦଳ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଝାରସୁଗୁଡ଼ା ପୌର ପରିଷଦ ଲାଗି ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂଦେଓ, ସ୍ନେହାଙ୍ଗିନୀ ଛୁରିଆ ଓ ରୀତା ସାହୁ, ଲଇକେରା ବ୍ଲକ ପାଇଁ ପ୍ରତାପ କେଶରୀ ଦେବ ଓ ଦିବ୍ୟଶଙ୍କର ମିଶ୍ର, କିରମିରା ଲାଗି ଅତନୁ ସବ୍ୟସାଚୀ ନାୟକ ଓ ଟୁକୁନି ସାହୁ, କୋଲାବିରା ବ୍ଲକ ଲାଗି ନିରଂଜନ ପୂଜାରୀ ଓ ସରୋଜ ମେହେର ଏବଂ ଝାରସୁଗୁଡ଼ା ବ୍ଲକ ପାଇଁ ପଦ୍ମନାଭ ବେହେରା ଓ ଅରୁଣ ସାହୁଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି।
ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଝାରସୁଗୁଡ଼ାରେ ଡେରା ପକାଇଛନ୍ତି ବିଜେଡି ନେତା। ଏହାରି ଭିତରେ ଆଜି ବିଜେଡିର ବରିଷ୍ଠ ନେତୃମଣ୍ଡଳୀ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ ଓ ସାରଦା ନାୟକ ଝାରସୁଗୁଡ଼ା ଗସ୍ତ କରିଛନ୍ତି। ସେଠାରେ ଏକ ଘରୋଇ ହୋଟେଲରେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ଜିଲ୍ଲା ବିଜେଡିର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ସହ ଦଳର ବିଭିନ୍ନ କାର୍ଯ୍ୟ ବିଷୟରେ ବୈଠକରେ ଆଲୋଚନା କରାଯାଉଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *