Spread the love

ପୁରୀ :  ଆଜି ପବିତ୍ର ଗୁଡ୍‌ ଫ୍ରାଇଡେ। ଖ୍ରୀଷ୍ଟ ଧର୍ମଲମ୍ବୀ ମାନଙ୍କ ପାଇଁ ଆଜି ଏକ ବିଶେଷ ଦିନ। ଆଜିର ଦିନରେ ପ୍ରଭୂ ଯୀଶୁ ଖ୍ରୀଷ୍ଠଙ୍କୁ କୃଷୁ ବିଧ କରଯାଇଥିଲା। ଗୁଡ଼ ଫ୍ରାଇଡେ ହେଉଛି ସେହି ଦିନ, ଯେଉଁଦିନ ପ୍ରଭୁ ଜୀଶୁଙ୍କୁ କୁଶବିଦ୍ଧ ବା ହତ୍ୟା କରାଯାଇଥିଲା । ଆଜିର ଦିନରେ ପୁରା ବିଶ୍‌ରେ ଯୀଶୁଙ୍କୁ ସ୍‌ୱରଣ କରି ବିଭିନ୍ନ ଚର୍ଚ୍ଚରେ ସ୍ୱତନ୍ତ୍ର ପ୍ରାର୍ଥନା କରିଥାନ୍ତି ଖ୍ରୀଷ୍ଟ ଧର୍ମଲମ୍ବୀ।

ଆଜିର ଦିନରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶାନ୍ତି ପାଇଁ ପ୍ରାର୍ଥନା କରିବାର ବାଲୁକା କଳାକୃତି ନିର୍ମାଣ ବେଶ ହୃଦୟସ୍ପର୍ଶୀ ହୋଇଛି। ବେଳାଭୂମିରେ ଏହି ବାଲୁକା କଳାକୃତିରେ ଛଅ ଟନ ବାଲି ବ୍ୟବହୃତ ହୋଇଛି। ଗୁଡ୍‌ ଫ୍ରାଇଡେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ପାଇଁ ଏକ ପବିତ୍ର ଦିନ। ଏହି ଅବସରରେ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନପଟ୍ଟନାୟକ।

Leave a Reply

Your email address will not be published. Required fields are marked *