Spread the love

ଭୁବନେଶ୍ୱର : ଲାଞ୍ଚ ନେଇ ଭୁବନେଶ୍ୱର ଖଣ୍ଡଗିରି ଥାନା ଏସଆଇ ଗିରଫ । ଏସଆଇ ସୁଶାନ୍ତ ସ୍ୱାଇଁଙ୍କୁ ଗିରଫ କଲା ଭିଜିଲାନ୍ସ । ନାକା ଗେଟ୍‌ ପାଖରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏକ ମାମଲାକୁ ଦଫାରଫା କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ସୁଶାନ୍ତଙ୍କ ସହିତ ଚିରଞ୍ଜିବୀ ବଳ ନାମକ ଜଣେ ଡାଟାଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ଗିରଫ କରାଯାଇଛି। ଚିରଞ୍ଜିବୀ ଏତଲାକାରୀଙ୍କ ଠାରୁ ଲାଞ୍ଚ ନେଇ ସୁଶାନ୍ତଙ୍କୁ ଦେଉଥିବା ବେଳେ ଭିଜିଲାନ୍ସ ଉଭୟଙ୍କୁ ଧରିଥିଲା।

ଭିଜିଲାନ୍ସ ପକ୍ଷରୁ ଏସ୍‌ଆଇ ସୁଶାନ୍ତ ସ୍ୱାଇଁଙ୍କୁ ପଚରାଉଚରା କରାଯାଉଛି। ପରବର୍ତ୍ତୀ ସମୟରେ ତାଙ୍କ ଘର ଓ ଅନ୍ୟାନ୍ୟ ଠିକଣାରେ ଚଢ଼ାଉ କରାଯାଇପାରେ ବୋଲି କୁହାଯାଉଛି। ସେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଛନ୍ତି ନା ନାହିଁ, ତାହା ଜାଣିବା ପାଇଁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇପାରେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *