Spread the love

ଭଦ୍ରକ : ସମଲିଙ୍ଗୀ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ମହିଳା ଏସ୍‌ଆଇ ଗିରଫ। ଏହି ମହିଳା ଏସ୍‌ଆଇ ଜଣକ ତପସ୍ୱିନୀ ମହାପାତ୍ର। ସେ ଭଦ୍ରକ ଜିଲ୍ଲା ଚୂଡ଼ାମଣି ମେରାଇନ୍ ଥାନାରେ କାମ କରନ୍ତି। ସେ ସ୍ଥାନୀୟ ୱେବ୍ ଚ୍ୟାନେଲ ଜଣେ ସାମ୍ବାଦିକାଙ୍କୁ ବିବାହ କରିବାକୁ ମିଥ୍ୟ ପ୍ରଲୋଭନ ଦେଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ପରେ ଭଦ୍ରକ ଟାଉନ୍ ଥାନା ପୁଲିସ ଘଟଣାର ପ୍ରାଥମିକ ତଦନ୍ତ ପରେ ସତ୍ୟାସତ୍ୟକୁ ଭିତ୍ତି କରି ମହିଳା ଏସ୍‌ଆଇ ତପସ୍ୱିନୀଙ୍କୁ ଗିରଫ କରିଛି।
ଏନେଇ ଭଦ୍ରକ ସିଟି ଡିଏସପି ଅଂଶୁମାନ ଦ୍ୱିବେଦୀ କହିଛନ୍ତି, ଗତକାଲି ଜଣେ ମହିଳା ତପସ୍ୱିନୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଥିଲା। ବିବାହର ପ୍ରଲୋଭନ ଦେଇ ଅଭିଯୋଗକାରୀ ମହିଳାଙ୍କ ସହ ତପସ୍ୱିନୀ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ କରିଥିଲେ। ତଦନ୍ତରେ ସତ୍ୟତା ଥିବା ଜାଣିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତ ମହିଳା ବୋଲି ଡାକ୍ତରୀ ମାଇନାରେ ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *