Spread the love

ଲକ୍ଷ୍ନୌ: ଉମେଶ ପାଲ୍‌ଙ୍କୁ ଗୁଳିମାରି ହତ୍ୟା କରିଥିବା ଆତତାୟୀଙ୍କୁ ଅର୍ଥ ଯୋଗାଇଥିବା ଆତିକ୍‌ ଅହମଦ୍‌ଙ୍କ ଭିଣୋଇ ଅଖ୍‌ଲାକ୍‌ ଅହମଦ୍‌ଙ୍କୁ ଉତ୍ତର ପ୍ରଦେଶ ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ ଏବଂ ପ୍ରୟାଗରାଜ ପୁଲିସ ମିଳିତ ଅଭିଯାନରେ ଗିରଫ କରିଛି।
ପୁଲିସ କହିବା ଅନୁସାରେ, ୨୦୦୫ରେ ‘ବିଏସ୍‌ପି’ ବିଧାୟକ ରାଜୁ ପାଲ୍‌ଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ୍‌ ପାଲ୍‌ଙ୍କ ‘ସୁଟର୍‌’ଙ୍କୁ (ଗୁଳି ଚଳାଇଥିବା ବ୍ୟକ୍ତି) ଅର୍ଥ ଯୋଗାଇବାରେ ଅଖଲାକ୍‌ ଅହମଦ୍‌ଙ୍କର ପ୍ରମୁଖ ଭୂମିକା ଥିଲା।
ସୂଚନାଯୋଗ୍ୟ, ଫେବ୍ରୁଆରି ୨୪ ତାରିଖରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଉମେଶ ପାଲ୍‌ଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା।
ପୂର୍ବରୁ ପୁଲିସ ଅଖଲାକ୍‌ ଅହମଦ୍‌ଙ୍କୁ ମିରଟ ବାସଭବନରେ ଏକାଧିକବାର ଉମେଶ ପାଲ୍‌ ହତ୍ୟାକାଣ୍ଡ ମାମଲାରେ ଜେରା କରିଥିଲା। ଏଥର ତାଙ୍କୁ ମିରଟ ବାସଭବନରୁ ଗିରଫ କରାଯାଇଛି।

ଅଖଲାକ୍‌ ଅହମଦ୍‌ ହେଉଛନ୍ତି ଆତିକ୍‌ ଅହମଦ୍‌ଙ୍କ ଭଉଣୀ ଶୈସ୍ତା ନୂରିଙ୍କ ସ୍ବାମୀ। ଭାଇଙ୍କୁ ରକ୍ଷା କରିବା ପାଇଁ ଶୈସ୍ତା ବରେଲି ଜେଲ୍‌ରେ ପହଞ୍ଚିଥିବା ବେଳେ ପ୍ରୟାଗରାଜ ପୁଲିସ ମିରଟ୍‌ରୁ ତାଙ୍କ ସ୍ବାମୀ ଅଖଲାକ୍‌ ଅହମଦ୍‌ଙ୍କୁ ଗିରଫ କରିଛି।

ମାର୍ଚ ୬ ତାରିଖ ଦିନ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରରେ କହିଥିଲେ ଯେ, ତାଙ୍କ ସ୍ବାମୀଙ୍କୁ ପୁଲିସ ହାଜତକୁ ନିଆଯାଇଛି।

Leave a Reply

Your email address will not be published. Required fields are marked *