ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ବୈଦେଶିକ ଅତିଥିଙ୍କ ସୁରକ୍ଷାକୁ ଦେଖି ଦିଲ୍ଲୀ ପୁଲିସ ଅନେକ ବ୍ୟବସ୍ଥା କରୁଛି। ଏହି କ୍ରମରେ ସୁରକ୍ଷା ବ୍ୟବସ୍ଥାକୁ ନଜର ରଖିବାକୁ ପାଇଁ ପୁଲିସ ଏକ ଇଲେକଟ୍ରିକ ସ୍କୁଟର ପରୀକ୍ଷଣ କରୁଛି।
ଏହି ସ୍କୁଟରରେ ସାଇରନ ଲାଗିଛି ଓ ଏହା ଥରେ ଚାର୍ଜ ହୋଇଗଲେ କିଛି କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରି ପାରିବ। ଏହାକୁ ଏବେ ପରୀକ୍ଷଣ ପାଇଁ ଦିଲ୍ଲୀ ପୁଲିସ ବ୍ୟବହାର କରୁଛି। ଯଦି ପରୀକ୍ଷଣ ସଫଳ ହୁଏ ତେବେ ଦିଲ୍ଲୀ ପୁଲିସ ଏହାକୁ ଆଗାମୀ ଦିନରେ ପାଟ୍ରୋଲିଂ ପାଇଁ ବ୍ୟବହାର କରିବ।
ପୁଲିସକୁ ଏଭଳି ଭାବେ ସ୍କୁଟର ଚଲାଉଥିବା ଦେଖି ଅନେକ ଲୋକ ନିଜନିଜ କ୍ୟାମେରାରେ ଏଦୃଶ୍ୟକୁ ରେକର୍ଡ କରିଥିଲେ। ଆଉ ସୋସିଆଲ ମିଡିଆରେ ଭିନ୍ନଭିନ୍ନ କ୍ୟାପସନ ଦେଇ ପୋଷ୍ଟ କରିଥିଲେ।
ଆସନ୍ତା ସେପ୍ଟେମ୍ବର ମାସରେ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏହାପୂର୍ବରୁ ଜି-୨୦ର ଅଂଶବିଶେଷ ଭାବେ ଭାରତର ପ୍ରାୟ ୫୦ଟି ସହରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଏହି କ୍ରମରେ ଗତ ରବିବାର ଅରୁଣାଚଳ ପ୍ରଦେଶର ଇଟାନଗରରେ ବୈଠକ ବସିଥିଲା । ଏଥିରେ ବିଭିନ୍ନ ରାଷ୍ଟ୍ରର ୫୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। କିନ୍ତୁ ନିମନ୍ତ୍ରଣ ସତ୍ତ୍ୱେ ଚାଇନା ବୈଠକରେ ସାମିଲ ହୋଇ ନଥିଲା।