Spread the love

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ପିସିସି ସଭାପତି କହିଛନ୍ତି, ଝାରସୁଗୁଡ଼ା ଉପନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ପାଞ୍ଚଜଣିଆ ଟିମ ଗଠନ କରିଛି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ଏହି ଟିମ ଗଠିତ ହୋଇଛି। ଦୁଇ ଦିନ ଭିତରେ ଏହି ଟିମ୍ ଝାରସୁଗୁଡ଼ା ଗସ୍ତ କରିବା ସହ ଗ୍ରାଉଣ୍ଡ ରିଆଲିଟି ଚେକ କରିବ। ଖାଲି ସେତିକି ନୁହେଁ, ସ୍ଥାନୀୟ କଂଗ୍ରେସ ନେତାଙ୍କ ସହ ବି ସେମାନେ ଆଲୋଚନା କରିବେ।
ଏବେ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରାର୍ଥୀ ହେବା ଲାଗି କଂଗ୍ରେସରୁ ୫ରୁ ଅଧିକ ଆଶାୟୀ ଅଛନ୍ତି। ତେବେ ଜିତିବା ଦକ୍ଷତା ଦେଖି କଂଗ୍ରେସ ପ୍ରାର୍ଥୀ ଦେଵ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *