Spread the love

ବ୍ରହ୍ମୁପୁର : ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଗ୍ରୀନ ସିଟଟଲ(ସବୁଜ ସାମୁଦ୍ରିକ କଇଁଛ) ଦେଖିବାକୁ ମିଳିଛି l ଯାହାର ପିଠି ଦେଖିବା ପାଇଁ ସବୁଜ। ଉକ୍ତ ବିରଳ ପ୍ରଜାତିର କଇଁଛଟି ରାତି ପ୍ରାୟ ଗୋଟାଏ ସମୟରେ ସମୁଦ୍ରର ନୀଳ ଜଳରାଶି ମଧ୍ୟରୁ ପୋଡ଼ାମପେଟା ବେଳାଭୂମିକୁ ଉଠି ଆସିଥିଲା। ପ୍ରାୟ ଦୁଇରୁ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ବେଳାଭୂମି ଉପରେ ବିତରଣ କରିଥିଲା। ତେବେ ଅଣ୍ଡାଦାନ କରିନଥିବା କହିଛି ଜଣାପଡ଼ିଛି।
କଇଁଛଟିର ଲମ୍ବ ୧.୪୫ ମିଟର ହୋଇଥିବା ବେଳେ ଓସାର ୧୦୨ ସେମି ରହିଛି l ଓଜନ ପ୍ରାୟ ୧୪୦ କିଲୋ ହେବ ବୋଲି ଅନୁମାନ କରାଯାଇଛି l ଋଷିକୁଲ୍ୟା, ଦେବୀ ଓ ଗହୀର ମଥାର ମୁହାଁଣ ଅଞ୍ଚଳରେ ସାମୁଦ୍ରିକ କଇଁଛମାନେ ଦେଖିବାକୁ ମିଳିଥାନ୍ତି। ଋଷିକୁଲ୍ୟା ମୁହାଁଣରେ ପ୍ରଥମ ଥର ପାଇଁ ଏହି ବିରଳ ପ୍ରଜାତିର କଇଁଛ ଦେଖିବାକୁ ମିଳିଛି। ଯାହାକୁ ନେଇ ବନ ବିଭାଗ, ପରିବେଶବିତ, ସମେତ ବିଭିନ୍ନ ମହଲରେ ଖୁସିର ଲହରି ଖେଳି ଯାଇଛି l
ଗ୍ରୀନ ଟଟଲ କଇଁଛ ନିରାମିଶ ଆହାର କରୁଥିବା ଜଣାପଡିଛି l ଏହି ବିରଳ ପ୍ରଜାତିର କଇଁଛମାନେ ବିଶେଷକରି ଲାକ୍ଷା ଦୀପ, ଗଲଫ ଅଫ୍‌ ମାନାର ପୋଷ୍ଟ (ଗୁଜରାଟ )ର ସମୁଦ୍ର ଅଞ୍ଚଳରେ ଦେଖିବାକୁ ମିଳିଥାଆନ୍ତି l ଅନ୍ୟପଟେ ପୋଡ଼ମପେଟା ବେଳାଭୂମିର ଗଣ ଅଣ୍ଡାଦାନ ସ୍ଥଳକୁ ବନ ବିଭାଗ କର୍ମଚାରୀମାନେ ସୁରକ୍ଷା ଯୋଗାଇ ଆସୁଥିବା ବେଳେ ଉକ୍ତ ବିରଳ କଇଁଛ ପ୍ରତି ବନ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖିଥିଲା। ଖଲ୍ଲିକୋଟ ରେଞ୍ଜର ସିନ୍ଧାନ୍ତ ଶଙ୍କର ସାହୁ ଏନେଇ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *