Spread the love

ବଲାଙ୍ଗୀର : କାଲି ରହିଥିଲେ। ଆଜି ଘର ଭିତରୁ ମିଳିଲା ଆୟୁର୍ବେଦିକ ଡାକ୍ତରଙ୍କ ମୃତଦେହ। ଏପରି ଦୁଃଖଦ ଖବର ବଲାଙ୍ଗିର ଟାଉନ୍‌ରୁ ଆସିଛି। ପୁଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ନବରଙ୍ଗପୁରରେ କାର୍ଯ୍ୟରତ ଆୟୁର୍ବେଦିକ ଡାକ୍ତର ରାଜ ଭାରଦ୍ୱାଜ ବଲାଙ୍ଗିର ଆସିଥିଲେ। ଗତ ୨୩ ତାରିଖ ସେ ରାଜୀବନଗର ପଡ଼ାରେ ରାଧାଗୋବିନ୍ଦ ପଟ୍ଟନାୟକଙ୍କ ଘରକୁ ଯାଇଥିଲେ। ତାଙ୍କ ଭଡ଼ା ଘରେ ରହିବା ପାଇଁ କଥା ହୋଇଥିଲେ। ଫାଇନାଲ୍‌ ହେବା ପରେ ବୁଧବାର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ରାଧାଗୋବିନ୍ଦଙ୍କ ଘରକୁ ଆସିଥିଲେ ଡାକ୍ତର ଭାରଦ୍ୱାଜ। ରାତିରେ ସେହି ଘରେ ସେ ରହିଥିଲେ। ହେଲେ ଆଜି ଦିନ ୨ଟା ପର୍ଯ୍ୟନ୍ତ ସେ କବାଟ ଖୋଲିନଥିଲେ।
ଡାକ୍ତର ରାଜ ଭାରଦ୍ୱାଜ କବାଟ ଖୋଲୁନଥିବା ଦେଖି ରାଧାଗୋବିନ୍ଦଙ୍କ ମନରେ ସନ୍ଦେହ ହୋଇଥିଲା। ତେଣୁ ସେ କବାଟ ବାଡ଼େଇଥିଲେ। ମାତ୍ର ଘର ଭିତରୁ କୌଣସି ଉତ୍ତର ଆସିନଥିଲା। ତେଣୁ ସେ ଏନେଇ ଟାଉନ୍‌ ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ଟିମ୍‌ ମାଜିଷ୍ଟେଟ ସହିତ ଆସି କବାଟ ଭାଙ୍ଗି ବନ୍ଦ କାଠରୀରେ ପଶିଥିଲେ। ସେତେବେଳେ ଘର ଭିତରେ ରାଜ ଭାରଦ୍ୱାଜଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ଆୟୁର୍ବେଦିକ ଡାକ୍ତର ରାଜ ଭାରଦ୍ୱାଜ ମୃତ୍ୟୁ କେମିତି ହେଲା? ସେ ଆତ୍ମହତ୍ୟା କରିଛନ୍ତି ନା ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି।

Leave a Reply

Your email address will not be published. Required fields are marked *