Spread the love

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳକୁ ନେଇ ବିଜେଡି ଓ କଂଗ୍ରେସ ନେତା ମତ ରଖିଛନ୍ତି। ଏନେଇ ଦଳର ଉପସଭାପତି ଦେବୀ ମିଶ୍ର କହିଛନ୍ତି, ଝାରସୁଗୁଡ଼ା ଉପ ନିର୍ବାଚନରେ ବିଜେଡିର ହେବ ବଡ଼ ବିଜୟ ହେବ। ଲୋକେ ମନସ୍ଥ କରି ସାରିଛନ୍ତି ବିଜେଡି ଭୋଟ ଦେବା ପାଇଁ। ଦ୍ଵିତୀୟ ସ୍ଥାନରେ ରହିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ହେବ। ବିଜେଡିରୁ ପ୍ରାର୍ଥୀ କିଏ ହେବ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। କିନ୍ତୁ ଦୀପାଳୀ ବିଭନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ତାଙ୍କ ବାପାଙ୍କ କାର୍ଯ୍ୟକ୍ରମ କରୁଛନ୍ତି , ବିରୋଧୀ ଯାହା ପ୍ରସଙ୍ଗ ଉଠାଇଲେ ବି ଲୋକ ନବୀନ ପଟ୍ଟନାୟକଙ୍କ ସହ ରହିବେ।
ଏଣେ ବିଧାୟକ ସନ୍ତୋଷ ସିଂ ସାଲୁଜା ନିଜର ପ୍ରତିକ୍ରିୟାରେ କହିଛନ୍ତି, ଝାରସୁଗୁଡ଼ାରେ କଂଗ୍ରେସର ସ୍ଥିତି ଭଲ ଅଛି। ପିସିସିଙ୍କ ଅଧ୍ୟକ୍ଷତାରେ ଗୋଟେ କମିଟି ଗଠନ ହୋଇଛି, ବିଧାନସଭା ସରିଲେ କମିଟିକୁ ନେଇକି ଯିବି। ୨୦୦୯ ଏବଂ ୨୦୧୪ ନିର୍ବାଚନରେ ନବ ଦାସ କଂଗ୍ରେସ ବିଧାୟକ ଥିଲେ, ଏବଂ ୨୦୧୯ରେ ସେ ବିଜେଡିକୁ ଯାଇଥିଲେ। ନବ ଦାସ ବିଜେଡି ଗଲାବେଳେ ତାଙ୍କ ସହ କଂଗ୍ରେସର ଯେତେ କର୍ମୀ ଥିଲେ ମୁନିସିପାଲିଟି ଏବଂ ବ୍ଲକରୁ ଆରମ୍ଭ କରି ସମସ୍ତଙ୍କୁ ସେ ବିଜେଡିକୁ ନେଇ ଯାଇଥିଲେ। ଏବେ ତାଙ୍କ ହତ୍ୟା ପରେ କର୍ମୀମାନଙ୍କ ଘର ବାହୁଡା଼ ହେଉଛି। ଏହା ଫଳରେ ସେଠି କଂଗ୍ରେସର ସ୍ଥିତି ଭଲ ରହିବ। ଏପଟେ ପିସିସି ମଧ୍ୟ ସ୍ପଷ୍ଟ କରିଛନ୍ତି ଯିଏ ଜିତିପାରିବେ ଏବଂ ଯାହାକୁ କଂଗ୍ରେସ କର୍ମୀମାନେ ଚାହୁଁଥିବେ ତାଙ୍କୁ ହିଁ କଂଗ୍ରେସ ଟିକେଟ ଦିଆଯିବ।
ଠିକ୍ ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସର୍ବପୁରାତନ ଦଳ କଂଗ୍ରେସ, ସବୁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଭୋଟ ଅଛି। ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ପ୍ରସ୍ତୁତ। କଂଗ୍ରେସ ଦଖଲରେ ଥିବା ନିର୍ବାଚନ ମଣ୍ଡଳୀ ହେଉଛି ଝାରସୁଗୁଡ଼ା କହିଲେ ଭୁଲ ହେବନି। ନେତା ପଛରେ ଲୋକ ଯାଆନ୍ତି, ସେ ନେତା ନାହାନ୍ତି, ତେଣୁ କଂଗ୍ରେସକୁ ଲୋକେ ଫେରିବେ। ଆଇନଶୃଙ୍ଖଳା ହେବ କଂଗ୍ରେସର ମୁଦ୍ଦା। ଯେଉଁ ଦଳ ସରକାର ଲୋକଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି ତାକୁ କିପରି ଲୋକେ ଭୋଟ ଦେବେ। ଦରଦାମ ବୃଦ୍ଧି, ଝାରସୁଗୁଡ଼ାରେ ପିଇବା ପାଣି ମିଳୁନି, ଏସବୁ କଥା ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ଏହା ଫଳରେ କଂଗ୍ରେସ ଝାରସୁଗୁଡ଼ାରେ ଜିତିବ।

Leave a Reply

Your email address will not be published. Required fields are marked *