Spread the love

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରେ ଆଜି ମାଟି ଅତଡ଼ା ଧସି ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ୨ ଜଣ ମହିଳା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଦମୟନ୍ତୀ କଂଟେରୀ ଓ ଶଶୀ ହ୍ୱନ୍ତାଳ। ଗୁରୁତର ଜ୍ୟୋତିକା ବଡ଼ନାୟକ ଓ ମୁକ୍ତା ସିସାଙ୍କର କୋରାପୁଟ ମେଡିକାଲରେ ଚିକିତ୍ସା ଚାଲିଛି।
ସୂଚନା ଅନୁସାରେ ନନ୍ଦପୁର ଅନ୍ତର୍ଗତ ଘାଗଡ଼ାପୋଣ୍ଡିର ଦମୟନ୍ତୀ କଂଟେରୀ, ଶଶୀ ହ୍ୱନ୍ତାଳ, ଜ୍ୟୋତିକା ବଡ଼ନାୟକ ଓ ମୁକ୍ତା ସିସା ଗାଁର ଅନ୍ୟ ମହିଳାଙ୍କ ସହ ସହିତ ମାଟି ଆଣିବାକୁ ଯାଇଥିଲେ। ସେମାନେ ବାସନ ମାଜିବା ମାଟି ସହ ଆଗକୁ ପର୍ବ ଥିବାରୁ ଧଳା ମାଟି ଘର ଲିପିବା ପାଇଁ ହିକିମପୁଟ ପଂଚାୟତର ମାରଡ଼ା ଗ୍ରାମ ନିକଟ ମାଟି ସଂଗ୍ରହ କରୁଥିଲେ। ଅପରାହ୍ନ ପ୍ରାୟ ୨ଟାରେ ହଠାତ୍‌ ସୁଡ଼ଙ୍ଗର ଉପର ଭାଗ ଭୁଶୁଡ଼ି ପଡିଥିଲା। ଫଳରେ ଦମୟନ୍ତୀ, ଶଶୀ, ଜ୍ୟୋତିକ ଓ ମୁକ୍ତା ମାଟି ତଳେ ଚାପି ହୋଇଥିଲେ। ଏହା ଦେଖି ସାଙ୍ଗରେ ଯାଇଥିବା ଅନ୍ୟମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ନନ୍ଦପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମବାହିନୀ ପହଂ ସମସ୍ତ ୪ ଜଣଙ୍କୁ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଦମୟନ୍ତୀ ଓ ଶଶୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କିନ୍ତୁ ଜ୍ୟୋତିକା ଏବଂ ମୁକ୍ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ ପଠାଯାଇଥିଲା। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଏଫ୍‌ଏମ୍‌ ଆରକେ ଆଲ୍ଲାଦା, ଏମ୍‌କେ ମୁଦୁଲୀ, ଜି ଶବର, ପି କିସାନ, ଲଖନ ସିଂ ଠାକୁର ପ୍ରମୁଖ ଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ କରୁଛି।

Leave a Reply

Your email address will not be published. Required fields are marked *