Spread the love

ଭୁବନେଶ୍ବର: ଓଡ଼ିଶାରେ ହାତୀ ସୁରକ୍ଷା ଓ ସଂରକ୍ଷଣକୁ ନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟରେ ବଢ଼ୁଥିବା ହାତୀ ମୃତ୍ୟୁକୁ ନେଇ ସେ ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି, ହାତୀ-ମଣିଷ ସଂଘର୍ଷ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ।
ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଗତ ୧୦ ବର୍ଷରେ ଓଡ଼ିଶାରେ ୭୮୪ଟି ହାତୀଙ୍କ ମୃତ୍ୟୁ ହୋଇଛି। ପ୍ରତିବର୍ଷ ହାରାହାରି ୮୦ଟି ହାତୀ ମୃତ୍ୟୁବରଣ କରୁଛନ୍ତି। ସେମାନେ ବିଦ୍ୟୁତ ଆଘାତ, ରୋଗ/ଦୁର୍ଘଟଣାରୁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଚଳିତ ବର୍ଷ କେବଳ ମାର୍ଚ୍ଚ ମାସରେ ସାତଟି ହାତୀ ମୃତ୍ୟୁମୁଖରେ ପଡ଼ିଥିବାବେଳେ ଏହା ଗତ ତିନି ବର୍ଷ ମଧ୍ୟରେ ଏହା ସର୍ବାଧିକ। ହାତୀ ଭଳି ଅନ୍ୟ ବନ୍ୟପ୍ରାଣୀଙ୍କୁ ସୁରକ୍ଷାକୁ ମଧ୍ୟ ଧ୍ୟାନ ଦେବା ନିହାତି ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବରେ ଭାରତ ସରକାର ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ପ୍ରତିବଦ୍ଧତା ଦେଖାଇ ଆସୁଛନ୍ତି। ହାତୀ ସୁରକ୍ଷା ଓ ସଂରକ୍ଷଣ ଲାଗି  କେନ୍ଦ୍ର ସରକାର ‘ପ୍ରୋଜେକ୍ଟ  ଏଲିଫ୍ୟାଣ୍ଟ’ ଯୋଜନାର କାର୍ଯ୍ୟକାରୀ କରୁଛନ୍ତି। ଏଣୁ ହାତୀଙ୍କ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *