Spread the love

ଭଦ୍ରକ:ଦୁଇ ବର୍ଷର ପୁଅକୁ ୧୮ ହଜାର ଟଙ୍କାରେ ବିକି ଦେଲା ବାପା! ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରୁ ଛୁଆକୁ ଉଦ୍ଧାର କରିଛି।

ସୀମାରାଣୀ ଦାସଙ୍କୁ ବିବାହ କରିଥିଲେ ବାସୁଦେବପୁର ଥାନା ଚନ୍ଦନପୁର ଗାଁର ରାଜେନ୍ଦ୍ର ଦାସ। ବିବାହ ପରେ ପରିବାର ଠିକ୍ଠାକ୍ ଚାଲିଥିଲା। ପିଲା ଜନ୍ମ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ସୀମାରାଣୀଙ୍କୁ ତାଙ୍କ ସ୍ୱାମୀ ରାଜେନ୍ଦ୍ର ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା। ତେବେ ନିର‌୍ୟାତନା ଅସହ୍ୟ ହେବାରୁ ଗତ ୧୫ ତାରିଖରେ ସୀମା ଶାଶୂ ଘର ଛାଡ଼ି ପଳାଇ ଯାଇଥିଲେ। କିନ୍ତୁ ନିଜର ଦୁଇ ବର୍ଷର ପୁଅକୁ ସ୍ୱାମୀଙ୍କ ପାଖରେ ଛାଡ଼ି ଯାଇଥିଲେ।

Leave a Reply

Your email address will not be published. Required fields are marked *