Spread the love

ମୁମ୍ବାଇ : ପରୀକ୍ଷାରେ ପଡ଼ଥିଲା ୧୦୦ ମାର୍କର ପ୍ରଶ୍ନ। ହେଲେ ଅନେକ ପିଲା ୧୦୦ରୁ ଅଧିକ ନମ୍ବର ପାଇଛନ୍ତି। କିଏ ୧୦୪ ପାଇଛି ତ ଆଉ କିଏ ୧୧୫। ଏହା ପୁଣି କୌଣସି ଛୋଟ ଶିକ୍ଷାନୁଷ୍ଠାନରେ ଘଟିନାହିଁ। ମୁମ୍ବାଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଘଟିଛି ଏହି ଗଟଣା।
ମୁମ୍ବାଇ ବିଶ୍ୱବିଦ୍ୟାଳୟ ଅଧୀନରେ ବିଏସ୍‌ସି ଗଣିତର ୫ମ ସେମିଷ୍ଟର ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକଙ୍କ କ୍ଷେତ୍ରରେ ଏମିତି ଘଟିଛି। ଏହି ପରୀକ୍ଷା ଗତବର୍ଷ ନଭେମ୍ବର ମାସରେ ହୋଇଥିଲା। ଗତ ଶୁକ୍ରବାର ଏହାର ଫଳାଫଳ ଆସିଥିଲା। ଆଉ ଫଳାଫଳ ଆସିବା ପରେ ମାର୍କ ପ୍ରଦାନରେ ହୋଇଥିବା ଏହି ବିଭ୍ରାଟ ଘଟଣା ସାମ୍ନାକୁ ଆସିଥିଲା। କେବଳ ଏତିକି ନୁହେଁ, ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆହୁରି ଅନେକ ତ୍ରୁଟି ମଧ୍ୟ ପଦାକୁ ଆସିଛି।
ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏପରି ତ୍ରୁଟିକୁ ସ୍ୱୀକାର କରିଛନ୍ତି। ତ୍ରୁଟିଗୁଡ଼ିକୁ ସୁଧାରି ପୁଣି ଥରେ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଅନ୍ୟପକ୍ଷରେ କିପରି ଏମିତି ତ୍ରୁଟି ହେଲା, ତା’ର ତଦନ୍ତ କରାଯିବା ଆବଶ୍ୟକ ବୋଲି ମୁମ୍ବାଇ ବିଶ୍ୱବିଦ୍ୟାଳୟର ଅନେକ ପୂର୍ବତନ ପ୍ରଫେସର ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *