Spread the love

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀସ୍ଥିତ ଏମ୍ସ ମେଡିକାଲର ଡାକ୍ତରମାନେ ଚିକିତ୍ସା କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ କାମ କରି ଚର୍ଚ୍ଚାରେ ରହିଛନ୍ତି। ଶୀର୍ଷକ ପଢ଼ି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ କି ବାସ୍ତବରେ କ’ଣ ଏଭଳି ଅସ୍ତ୍ରୋପଚାର ହୋଇଛି। ଆଜ୍ଞା ହଁ ଏସବୁ ସମ୍ଭବ କରି ଦେଖାଇଛନ୍ତି ଦିଲ୍ଲୀସ୍ଥିତ ଏମ୍ସ ମେଡିକାଲର ଡାକ୍ତରମାନେ।
ଦିଲ୍ଲୀ ଏମ୍ସରେ ଜଣେ ୨୮ ବର୍ଷୀୟ ଗର୍ଭବତୀ ମହିଳା ଚିକିତ୍ସା ପାଇଁ ଆସି ଥିଲେ। ଉକ୍ତ ଗର୍ଭବତୀଙ୍କ ଚିକିତ୍ସା କରୁଥିବା ସମୟରେ ଡାକ୍ତର ଜାଣିବାକୁ ପାଇଲେ ଯେ ମହିଳାଙ୍କ ଗର୍ଭରେ ଥିବା ଭୃଣର ହୃତପିଣ୍ଡ ନାହିଁ। ଏ ସମ୍ପର୍କରେ ସେ ଗର୍ଭବତୀ ଓ ତାଙ୍କ ସ୍ବାମୀଙ୍କ ସହିତ କଥା ହୋଇଥିଲେ।

ଆଉ ଏହି ଅସୁବିଧା ବିଷୟରେ ଜଣାଇ ଡାକ୍ତର କହିଥିଲେ, ଉକ୍ତ ଭୃଣର ହୃତପିଣ୍ଡ ଅସ୍ତ୍ରୋପଚରା କରିବାକୁ ହେବ। ନଚେତ ଶିଶୁ ବିନା ହୃଦପିଣ୍ଡରେ ଜନ୍ମ ନେବ। ଆଉ ବଞ୍ଚିବାର କୌଣସି ସମ୍ଭାବନା ରହିବ ନାହିଁ। ଏହାପରେ ଦମ୍ପତି ଏହି ଅସ୍ତ୍ରୋପଚାର ପାଇଁ ରାଜି ହୋଇଯାଇଥିଲେ। ଅସ୍ତ୍ରୋପଚାର ଏମ୍ସସ୍ଥିତ କାର୍ଡିଓଥୋରାସିକ୍ ସାଇନ୍ସ ସେଣ୍ଟରରେ ହୋଇଥିଲା।

ଡାକ୍ତରମାନେ ମା’ ଗର୍ଭାଶୟ ଭିତରେ ଥିବା ଏକ କ୍ଷୁଦ୍ର ଅଙ୍ଗୁର ଆକାରର ହାର୍ଟ ବେଲୁନ୍ ଡାୟଲେସନ୍ ପ୍ରକ୍ରିୟାକୁ ମାତ୍ର ୯୦ ସେକେଣ୍ଡରେ ସମାପ୍ତ କରିଥିଲେ। ଯାହାକୁ ଏକ ବିରଳ ଅସ୍ତ୍ରୋପଚାର ବୋଲି କୁହାଯାଉଛି। ଗର୍ଭସ୍ଥ ଶିଶୁର ହୃଦପିଣ୍ଡରେ ଏହି ପଦ୍ଧତିରେ ଅସ୍ତ୍ରୋପଚାର କରିବା ପାଇଁ ଏମ୍ସ ଡାକ୍ତରମାନେ ମାଆର ପେଟ ଦେଇ ଏକ ଛୁଞ୍ଚି ପ୍ରବେଶ କରାଇଥିଲେ। ଏହାପରେ, ଏକ ବେଲୁନ୍ କ୍ୟାଥେର୍ ମାଧ୍ୟମରେ ଭଲଭ ଠାରେ ରହିଥିବା ପ୍ରତିବନ୍ଧକକୁ ହଟାଇଥି‌ଲେ। ଏହାପରେ ଭୃଣର ହୃଦପିଣ୍ଡରେ ରକ୍ତ ପ୍ରବାହ ସ୍ୱାଭାବିକ ହୋଇଥିଲା।

ଏହି ଅସ୍ତ୍ରୋପଚାର କରିଥିବା ଦଳର ବରିଷ୍ଠ ଡାକ୍ତର କହିଛନ୍ତି ଯେ,‘ ଆମେ ଆଶା କରୁଛୁ ଯେ ବର୍ତ୍ତମାନ ଶିଶୁର ହୃଦପିଣ୍ଡ ସାଧାରଣ ଭାବରେ ବିକଶିତ ହେବ । ଏପରି ଅସ୍ତ୍ରୋପଚାର ସମୟରେ ଗର୍ଭସ୍ଥ ଶିଶୁର ଜୀବନ ପ୍ରତି ବହୁତ ବିପଦ ରହିଥିଲା। ସେଥିପାଇଁ ଏହି ଅସ୍ତ୍ରୋପଚାର ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା । ତେଣୁ ଅତି ଯତ୍ନର ସହିତ ଅସ୍ତ୍ରୋପଚାର କରିବାକୁ ପଡିଥିଲା।’

Leave a Reply

Your email address will not be published. Required fields are marked *