Spread the love

କୋଲ୍‌କାତା, ୧୪/୩: ଇମ୍ଫାଲରେ ଚଳିତ ମାସ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ତ୍ରିରାଷ୍ଟ୍ରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ଲାଗି ‌ମଙ୍ଗଳବାର ୨୩ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏମାନଙ୍କ ସହ ୧୧ ସଂରକ୍ଷିତ ଖେଳାଳି ନାମ ମଧ୍ୟ ଘୋଷଣା କରାଯାଇଛି। ଏହି ସମସ୍ତ ଖେଳାଳିଙ୍କୁ ନେଇ ବୁଧବାରଠୁ କୋଲ୍‌କାତାରେ ୫ ଦିନିଆ ଅଭ୍ୟାସ ଶିବିର ଅନୁଷ୍ଠିତ ହେବ। ସଂପ୍ରତି ୨୩ରୁ ୧୪ ଖେଳାଳି ଶିବିରରେ ଯୋଗ ଦେଇଥିଲା ‌ବେଳେ ଅବଶିଷ୍ଟ ଖେଳାଳି ୧୯ ତାରିଖରେ ଆଇଏସ୍‌ଏଲ୍‌ ଫାଇନାଲ୍‌ ପରେ ଯୋଗଦେବେ। ଆଇଏସ୍‌ଏଲ୍‌ ଫାଇନାଲ୍‌ ପରେ ହିଁ ଚୂଡ଼ାନ୍ତ ୨୩ ଜଣିଆ ଦଳ ଘୋଷଣା କରାଯିବ ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ଇଗର ଷ୍ଟିମାକ କହିଛନ୍ତି। ଏହି ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତାରେ ଭାରତ ସହ ମିଆଁମାର ଓ କିର୍ଗିଜ ରିପବ୍ଲିକ୍‌ ଭାଗନେବେ।
ଭାରତୀୟ ଦଳ
ଗୁରପ୍ରୀତ ସିଂହ ସାନ୍ଧୁ, ଫୁର୍ବା ଲାଚେନ୍‌ପା ଟେମ୍ପା, ଅମ୍ରିନ୍ଦର ସିଂହ (ଗୋଲି), ସନ୍ଦେଶ ଝିଙ୍ଗାନ, ରୋଶନ ସିଂହ, ଅନୱାର ଅଲୀ, ଆକାଶ ମିଶ୍ରା, ଚିଙ୍ଗଲେନସାନା କୋଶାଂମ, ରାହୁଲ ଭେକେ, ମେହତାବ ସିଂହ, ଗ୍ଲାନ ମାର୍ଟିନ୍ସ (‌ଡିଫେଣ୍ଡର), ସୁରେଶ ୱାଙ୍ଗାଜାମ, ରୋହିତ କୁମାର, ଅନିରୁଦ୍ଧ ଥାପା, ବ୍ରାଣ୍ଡନ ଫର୍ଣ୍ଣାଣ୍ଡିଜ୍‌, ୟାସିର ମହମ୍ମଦ, ଋତ୍ବିକ ଦାସ, ଜ୍ୟାକସନ ସିଂହ, ଲାଲିଆଞ୍ଜୁଆଲା ଚାଙ୍ଗଟେ, ବିପିନ ସିଂହ (ମିଡ୍‌ଫିଲ୍ଡର), ମନବୀର ସିଂହ, ସୁନିଲ ଛେତ୍ରୀ, ଶିବଶକ୍ତି ନାରାୟଣ (ଫର୍‌ୱାର୍ଡ)। ରିଜର୍ଭ: ବିଶାଳ କୈଥ, ପ୍ରଭସୁଖନ ଗିଲ, ଶୁଭାଶିଷ ବୋଷ, ପ୍ରିତମ କୋଟାଲ, ଆଶିଷ ରାୟ, ନରେନ୍ଦର ଗେହଲଟ, ଲିଷ୍ଟନ କୋଲାକୋ, ନିଖିଲ ପୂଜାରୀ, ସାହାଲ ଅବ୍‌ଦୁଲ ସାମଦ, ନାଓରେମ ମହେଶ ସିଂହ, ଈଶାନ ପଣ୍ଡିତ।

Leave a Reply

Your email address will not be published. Required fields are marked *