Spread the love

ଭୁବନେଶ୍ବର : 5T ଟା କ’ଣ ବୁଝା ପଡୁନି । ଏହା କ’ଣ ଏକ ବିଭାଗ ? ଯଦି ଏହା ଏକ ବିଭାଗ, ତେବେ ଏହାର ଅଫିସ କେଉଁଠି ଅଛି? ସୋମବାର ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏହି ପ୍ରଶ୍ନ କରିଥିଲେ।
ସେ କହିଥିଲେ, 5Tର ଅଫିସ ରାଜୀବ ଭବନରେ ଅଛି ନା ଲୋକସେବା ଭବନରେ ଅଛି ନା ଖାରବେଳ ଭବନରେ ରହିଛି? ଏଥିପାଇଁ ଏକ ବିଭାଗ ସୃଷ୍ଟି ହୋଇଛି କି ? ତାହାହେଲେ ଏହାର ଅନ୍ୟ କର୍ମଚାରୀ ମାନେ କିଏ ? ଅନ୍ୟ ବିଭାଗର କ୍ଷମତା ସଙ୍କୁଚିତ କରିବା ପାଇଁ ଏହି ବିଭାଗ କରାଯାଇଛି କି ? ଯଦି ଏହା ଏକ ବିଭାଗ, ତାହାହେଲେ ବିଧାନସଭାରେ କାହିଁକି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହେଉନି? ଯଦି ଏହା ଏକ ବିଭାଗ, ତାହାହେଲେ ତାର କାର୍ଯ୍ୟକ୍ରମ ସମ୍ପର୍କରେ ଆମେ ବିଧାନସଭାରେ ପ୍ରଶ୍ନ କରିବାକୁ ଚାହୁଁଚୁ ? ସେ ନେଇ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଜୟନାରାୟଣ କହିଥିଲେ।
ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଶୂନ୍ୟକାଳରେ ଉଠାଇ ଥିବା ଏହି ପ୍ରସଙ୍ଗରେ ଜବାବ ରଖିଛି ଶାସକ ଦଳ। ସରକାରୀ ଦଳ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ହାସ୍ୟାସ୍ପଦ। 5T ଏକ ନିର୍ଦ୍ଦିଷ୍ଟ ବିଭାଗ ନ ହୋଇପାରେ। ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଚିନ୍ତାଧାରା। ଏହା ମହାମନ୍ତ୍ର ଭଳି କାମ କରୁଛି।
ସେ କହିଛନ୍ତି, ତଳ ସ୍ତରରେ ବିଭିନ୍ନ ଅନିୟମିତତା ଓ ବିଭିନ୍ନ ସମସ୍ୟା ହେଉଛି। ତାକୁ ଲୋକେ ଭିଜିଲାନ୍ସକୁ ଦେବାକୁ ପୂର୍ବରୁ କହୁଥିବା ବେଳେ ଏବେ 5T କୁ ଦେବାକୁ କହୁଛନ୍ତି। 5T କୁ ଜଣେଇଲେ ଅନେକ ସମସ୍ୟାର ସମାଧାନ ହେଉଛି। ବିରୋଧୀ ଦଳ ବି 5T ସଚିବ ବୋଲି ସମ୍ବୋଧନ କରୁଛନ୍ତି । ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ 5T ବ୍ୟବସ୍ଥା ଏକ ଚିନ୍ତାଧାରା।

Leave a Reply

Your email address will not be published. Required fields are marked *