Spread the love

ଭୁବ‌ନେଶ୍ବର: ଜଙ୍ଗଲ ନିଆଁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଶିକାରୀ ବନ୍ୟଜନ୍ତୁଙ୍କ ଶିକାର ପାଇଁ ନିଆଁ ଲଗାଉଛନ୍ତି। ଗତକାଲି କନ୍ଧମାଳ ଜିଲ୍ଲାରୁ ନିଆଁ ଲଗେଇବା ବେଳେ ଧରା ପଡ଼ିଛି ଶିକାରୀ। ପ୍ରାୟ ସବୁ ନିଆଁ ମନୁଷ୍ୟକୃତ ହୋଇଥିବାରୁ ସଚେତନତା କରାଯାଉଛି।
ନିଆଁ ଲାଗିଲେ ବନ କର୍ମଚାରୀଙ୍କ ମୋବାଇଲକୁ ମେସେଜ ଆସୁଛି। ନିଆଁ ଲିଭା ଯିବା ପରେ ଫଟୋ ଉଠାଇ ଅପଲୋଡ କରାଯାଉଛି। ନିଆଁ ଲଗାଉଥିବା ବେଳେ ଧରା ପଡ଼ିଲେ ମାମଲା କରାଯିବା ସହ ଆକ୍ସନ ନିଆଯିବ। ନିଆଁ ଲାଗିବା ନେଇ ଖବର ଦେଲେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ପୁରସ୍କାର ବ୍ୟବସ୍ଥା କରାଯାଇଛି। ଜଙ୍ଗଲୀ ଜନ୍ତୁ ମାଡ଼ି ଆସିବା ନେଇ ଆଲର୍ଟ ଅଛି ବନ ବିଭାଗ।
ସେ ଆହୁରି କହିଛନ୍ତି, ଲୋକଙ୍କୁ ଅନୁରୋଧ ଯେଉଁଠି ଜନ୍ତୁ ଆସୁଛନ୍ତି ବନ କର୍ମଚାରୀଙ୍କୁ ଜଣାନ୍ତୁ। ଆଜି ୧୨୦୦ ପଏଣ୍ଟରେ ନିଆଁ ଲାଗିଛି ବଢ଼ିକି ୧୫୦୦ ହୋଇପାରେ। ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ରେସପନ୍ସ ୯୭ ପ୍ରତିଶତରୁ ଅଧିକ। ଶିଖରଚଣ୍ଡୀରେ ଲାଗିଥିବା ନିଆଁ ଆୟତ୍ତ ହୋଇ ସାରିଛି। ଜଙ୍ଗଲକୁ ଚାଲି ଆସିଥିବା ହାତୀକୁ ମଧ୍ୟ ଘଉଡ଼ାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *