Spread the love

ଭୁବ‌ନେଶ୍ବର: ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷ‌ାରକାନ୍ତି ବେହେରା। ଏହି ମାମଲାର କ୍ରାଇମବ୍ରାଞ୍ଚ୍ ତଦନ୍ତ ସହ ନ୍ୟାୟିକ ତଦନ୍ତ ଚାଲିଛି। କଣ୍ଟାବାଞ୍ଜି ଜୁଡିସିଆଲ ମାଜିଷ୍ଟେଟ ତଦନ୍ତ କରୁଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ, ଘଟଣାସ୍ଥଳରୁ ମିଳିଥିବା ସମସ୍ତ ତଥ୍ୟକୁ ଭିଡିଓ ଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି। ବିଶେଷଜ୍ଞଙ୍କ ରିପୋର୍ଟକୁ ଆଧାର କରି ଏହି ତଥ୍ୟ ଗୃହରେ ରଖାଯାଇଛି।
ପୋଷକରୁ ମିଳିଥିବା ଲଫାପା ପୁଲିସ ପାଖରେ ଅଛି। ଗୋବିନ୍ଦଙ୍କ ହାତଲେଖା ଚିଠିକୁ ପାଇବାକୁ ହେଲେ ତାଙ୍କ ପରିବାର ଲୋକ କୋର୍ଟରେ ଆଶ୍ରୟ ନେଇ ପାରିବେ। ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶରେ ତଦନ୍ତ ଜାରି ରହିଛି। ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବିଭିନ୍ନ ଦିଗ ଉପରେ ଫୋକସ ରହିଛି। ବିରୋଧୀ ଯେଉଁ ୧୨୦ ବି ଷଡ଼ଯନ୍ତ୍ର କଥା କହୁଛନ୍ତି, ତଦନ୍ତକାରୀ ଅଧିକାରୀ ଅନୁଭବ କଲେ ସେ ଦିଗ ବି ତଦନ୍ତ ହେବ।

Leave a Reply

Your email address will not be published. Required fields are marked *