Spread the love

ଭୁବନେଶ୍ବର : ନେତାଜୀ ସ୍କୁଲ ଓ କଲେଜ ଅଫ ନର୍ସିଂର ଏକାଦଶ ବାର୍ଷିକ ଉତ୍ସବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ | ମୁଖ୍ୟବକ୍ତାଭାବେ ପୂର୍ବତନ ସାଂସଦ, କବି ତଥା ଯୋଜନାବୋର୍ଡ଼ର ସଦସ୍ୟ ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦାନ କରିଥିଲେ |

d630ecbc-ce3d-452b-bc49-6ae2b9e6e89a
ନର୍ସିଂ ଶିକ୍ଷାର ଗୁଣାତ୍ମକ ମାନ ଉପରେ ମୁଖ୍ୟ ଅତିଥି ଗୁରୁତ୍ବ ପ୍ରଦାନ କରିବା ସହିତ ନେତାଜୀ ସ୍କୁଲ ଓ କଲେଜ ଅଫ ନର୍ସିଂ ଏ ଦିଗରେ ତାର ଦାୟିତ୍ବ ସୂଚାରୁରୂପେ ତୁଲାଇ ଆସୁଛି ଓ ଆଗାମୀ ଦିନରେ ମଧ୍ୟ ତୁଲାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ |

Untitled-1 copy

ସ୍ବତନ୍ତ୍ର ଅତିଥିଭାବେ ଲଫ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ଭାବେ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଲୋପାମୁଦ୍ରା ବକ୍ସିପାତ୍ର ଯୋଗଦାନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ବିଜନ ଜେନା, ସିଇଓ ରଶ୍ମିତା ଜେନା ଓ ମନସ୍ବିନୀ ସାହୁ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମରେ ବରିଷ୍ଠା ସାମ୍ବାଦିକ ସୁଜ୍ଞାନ ଚୌଧୁରୀ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟକ୍ଷ ବିଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ | ଅତିଥିଙ୍କ ଦ୍ବାରା କୃତିଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା | ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |

 

https://www.facebook.com/watch?v=1168381470535704

 

Leave a Reply

Your email address will not be published. Required fields are marked *