Spread the love

ବଡ଼ବିଲ : ଛାତରୁ ଖସିପଡ଼ି + ୨ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ ଥାନା ଅଞ୍ଚଳରେ ଘଟିଛି। ତେବେ ଛାତ୍ରୀ ଜଣକ ଛାତରୁ କେମିତି ପଡ଼ିଲେ, ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଚଳାଇଛି।
ବଡ଼ବିଲ୍‌ରେ ଏକ କମ୍ପାନୀର ଅଧିକାରୀ ଭାବେ କାର୍ଯ୍ୟ କରନ୍ତି ସବଲ ଝା। ସେ ଶ୍ରୀରାମ ନଗର ଅଞ୍ଚଳର ସଞ୍ଜୀବ କୁମାର ମିଶ୍ରଙ୍କ ଭଡ଼ା ଘରର ମହଲାରେ ସପରିବାରେ ରୁହନ୍ତି। ତାଙ୍କ ବଡ଼ ଝିଅ ରୁଚି ଝା ଯୁକ୍ତ ଦୁଇରେ ପଢ଼ନ୍ତି। ଆଜି ଅପରାହ୍ନ ପ୍ରାୟ ୪ଟା ୨୦ରେ ରୁପା ଛାତ ଉପରେ ବୁଲୁଥିଲେ। ସେହି ସମୟରେ ସେ ଛାତ ଉପରୁ ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବଡ଼ବିଲ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତଳ ମହଲାରେ ରହୁଥିବା ଘର ମାଲିକ ସଞ୍ଜୀବ କୁମାର ମିଶ୍ରଙ୍କ କହିବା ଅନୁସାରେ ହଠାତ ଏକ ଶବ୍ଦ ଶୁଣି ଘର ବାହାରକୁ ଆସିଥିଲେ। ସେହି ସମୟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୁଚି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ବଡ଼ବିଲ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *