Spread the love

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ ନେତା ମନୀଷ ସିସୋଦିଆ ନିରାଶ। ଆଜି ତାଙ୍କର ଜାମିନ ଆବେଦନ ପୁଣି ଥରେ ଖାରଜ ହୋଇଯାଇଛି। ଫଳରେ କୋର୍ଟ ତାଙ୍କୁ ୭ଦିନିଆ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି। ଏବେ ଇଡି ତାଙ୍କୁ ଏହି ମାମଲାରେ ଜେରା କରିବ। ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଇଡି।
ତେବେ ରିମାଣ୍ଡ ଅବଧି ୭ଦିନ ପାଇଁ ମଞ୍ଜୁର କରିଛନ୍ତି କୋର୍ଟ। ଗତକାଲି ସିସୋଦିଆଙ୍କୁ ତିହାର ଜେଲରେ ପଚରାଉଚୁରା ପରେ ଗିରଫ କରାଯାଇ ଥିଲା ଓ ଆଜି କୋର୍ଟରେ ହାଜର କରାଯାଇଥିଲା।ଶୁଣାଣି ସମୟରେ ସିସୋଦିଆଙ୍କ ଓକିଲ ଦୟାନ କୃଷ୍ଣନ୍ ମନୀଷ ଇଡିର ୧୦ ଦିନିଆ ହେପାଜତ ଆବେଦନକୁ ବିରୋଧ କରିଥିଲେ।
ଇଡି କହିଥିଲା ଯେ ଏହି ମାମଲା ପଛରେ ଥିବା ପ୍ରକୃତ ଉଦ୍ଦେଶ୍ୟ ଜାଣିବା ପାଇଁ ଏ ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ, ତାହା ଜାଣିବା ପାଇଁ ସିସୋଦିଆଙ୍କୁ ପଚରାଉଚରା କରିବାକୁ ୧୦ ଦିନିଆ ହେପାଜତ ଆବଶ୍ୟକ।ଇଡି କୋର୍ଟଙ୍କୁ କହିଛନ୍ତି ଯେ ମନୀଷ ସିସୋଦିଆ ଅନ୍ୟ ଲୋକଙ୍କ ନାମରେ ସିମ୍ କାର୍ଡ ଏବଂ ମୋବାଇଲ୍ ଫୋନ୍ କିଣିଛନ୍ତି। ଅବକାରୀ ନୀତି ଗଠନ ପଛରେ ଏକ ଷଡଯନ୍ତ୍ର ହୋଇଥିଲା।

Leave a Reply

Your email address will not be published. Required fields are marked *