Spread the love

କଟକ/ପାରାଦୀପ: ପାରାଦୀପରୁ ଧରା ପଡ଼ିଥିବା ସନ୍ଦିଗ୍ଧ ପାରାକୁ କଟକ ଅଣାଯିବା ପରେ ଏଠାରୁ ଭୁବନେଶ୍ୱର ଫରେନ୍ସିକ ଲ୍ୟାବକୁ ନିଆଯାଇଥିବା ଜଣାଯାଇଛି। କଟକ କ୍ରାଇମବ୍ରାଞ୍ଚ ପିଜିଅନ ସର୍ଭିସର ଏକ ଟିମ୍ ମଧ୍ୟ ଭୁବନେଶ୍ଵର ଫରେନ୍ସିକ ଲ୍ୟାବକୁ ଆଣିଛନ୍ତି। ପାରା ଶରୀରରେ ଲାଗିଥିବା ଚିପ, କ୍ୟାମେରା, ଚିଠି ଜବତ କରିବା ପରେ ପିଜିଅନ ସର୍ଭିସକୁ ପାରା ହସ୍ତାନ୍ତର କରାଯିବ।
ସୂଚନାଯୋଗ୍ୟ, ସମୁଦ୍ର ମଝିରୁ ଗୁପ୍ତଚର ପାରା ଉଦ୍ଧାର କରାଯାଇଥିଲା। ପାରା ଗୋଡ଼ରେ ଲାଗିଥିଲା କ୍ୟାମେରା ଓ ଚିପ୍। ପାରା ଡେଣାରେ ଏକ ଅଜଣା ବିଦେଶୀ ଭାଷାରେ ଲେଖାକୁ ନେଇ ସନ୍ଦେହ ଦେଖା ଦେଇଛି।
ଘଟଣାରୁ ଜଣାପଡିଛି ଯେ ସମୁଦ୍ର ମଧ୍ୟକୁ ଯାଇଥିବା ସାରଥୀ ନାମକ ଏକ ବୋଟ୍ ଫିସିଙ୍ଗ୍ ପାଇଁ ଯାଇଥିବା ବେଳେ କୋଣାର୍କ ପାଖରୁ ପ୍ରାୟ ୪୩ ନର୍ଟିକାଲ୍ ମାଇଲ୍ ଦୂରରେ ଲଙ୍ଗର ପକେଇ ଥିଲା। ଏହି ସମୟରେ ଏହି ପାରା କୁଆଡୁ ଉଡି ଆସି ବୋଟରେ ବସିଥିଲା। ପ୍ରଥମେ ବୋଟ୍ କର୍ମଚାରୀ ଏହାକୁ ଏକ ସାଧାରଣ ପାରା ବୋଲି ଭାବିଥିଲେ କିନ୍ତୁ ପାଖକୁ ଯାଇ ପାରାର ସାଜସଜ୍ଜା ସାମଗ୍ରୀ ଦେଖିଲା ବେଳକୁ କର୍ମଚାରୀମାନେ ସମ୍ପୂର୍ଣ୍ଣ ଭୟ କରିଯାଇଥିଲେ।କଣ ଏ ପାରା କୁଆଡୁ ଆସିଲା ଏନେଇ ସମସ୍ତେ ଭୟଭୀତ ହୋଇ ବୋଟର ମାଲିକଙ୍କୁ ଜଣାଇବା ପରେ ବୋଟର ମାଲିକ ଉକ୍ତ ପାରାକୁ ଧରି ପାରାଦୀପ ନେଇ କି ଆସ ବୋଲି ପରାମର୍ଶ ଦେଇଥିଲେ। ପରେ କର୍ମଚାରୀମାନେ ସେଠାରୁ ଉକ୍ତ ଗୁପ୍ତଚର ପାରାକୁ ଧରି ପାରାଦୀପ ପଳାଇ ଆସିଥିଲେ। ଏନେଇ ପାରାଦୀପ ସାମୁଦ୍ରିକ ଥାନାରେ ଖବର ଦେବା ପରେ ପୁଲିସ ପାରାଦୀପ ସ୍ଥିତ ଫିସିଙ୍ଗ୍ ହାରବରରେ ପହଞ୍ଚି ଉକ୍ତ ପାରାକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା।

Leave a Reply

Your email address will not be published. Required fields are marked *