Spread the love

ଭୁବନେଶ୍ୱର : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଏଥିପାଇଁ ଚାରିଆଡେ ଉତ୍ସବମୁଖର ହୋଇଛି । ଏହି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି ‘ ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।’

ଉଲ୍ଲେଖଯୋଗ୍ୟ, ଫାଲ୍‌ଗୁନ ମାସ ଶୁକ୍ଳ ପକ୍ଷ ଫଗୁ ଦଶମୀ ତିଥିରୁ ଓଡ଼ିଶାରେ ଆରମ୍ଭ ହୋଇଥାଏ ଦୋଳ ପର୍ବ। ପ୍ରତିବର୍ଷ ଏହି ଦିନକୁ ଶ୍ରଦ୍ଧାର ସହିତ ଅପେକ୍ଷା କରି ରହିଥାନ୍ତି ଭକ୍ତଗଣ। ଚଳିତ ଥର ମଧ୍ୟ ଭକ୍ତ ମାନେ ଅତି ଶ୍ରଦ୍ଧାର ସହ ନିଜ ପ୍ରିୟ ଦୋଳ ଗୋବିନ୍ଦଙ୍କୁ ଭୋଗ ଖୁଆଇଛନ୍ତି। ଓଡ଼ିଶାର ସବୁ ସ୍ଥାନରେ ଏ ଅବସରରେ ଦେଖିବାକୁ ମିଳିଛି ଆଧ୍ୟାତ୍ମିକ ପରିବେଶ।

Leave a Reply

Your email address will not be published. Required fields are marked *