Spread the love

ନୂଆଦିଲ୍ଲୀ: ଦିଲ୍ଲୀରେ ସ୍ୱିଗି କମ୍ପାନିର ଡେଲିଭରି ବଏଙ୍କୁ ପୁଜାରୀ ସମ୍ମାନୀତ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଡେଲିଭରୀ ବଏ ହେଉଛନ୍ତି ସିଏ ଯିଏକି ଦିଲ୍ଲୀର ପ୍ରସିଦ୍ଧ ମରଘଟ ବାବା ହନୁମାନ ମନ୍ଦିର ପରିସରରେ ଗ୍ରାହକ ମଗାଇଥିବା ମଟନ କୋରମା ‌ ଡେଲିଭରି କରି ପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏହାପରେ ତାଙ୍କ ଚାକିରି ଚାଲି ଯାଇଥିଲା। ଏହି ଘଟଣାଟି ୨୦୨୩ ମାର୍ଚ୍ଚ ମାସରେ ଘଟିଥିବା କୁହାଯାଉଛି।
ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ମନ୍ଦିରର ପୁଜାରୀ ମନ୍ଦିର ଧାର୍ମିକ ପବିତ୍ରତା ବଞ୍ଚାଇ ରଖିଥିବାରୁ ସଚୀନଙ୍କୁ ସମ୍ମାନୀତ କରିବା ସହିତ ମନ୍ଦିର ପ୍ରଶାସନ ପକ୍ଷରୁ ସଚୀନଙ୍କୁ ମନ୍ଦିର ସେବକ ଭାବେ ଚାକିରି ମଧ୍ୟ ପ୍ରଦାନ କରାଯାଇଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା, ଡେଲିଭରି ବଏ ସଚୀନ ପଞ୍ଚାଲ ହାତରେ ମଟନ ପ୍ୟାକେଟ ଧରି ମନ୍ଦିର ପରିସର ବାହାରେ ଠିଆ ହୋଇଛନ୍ତି । ଡେଲିଭରିର ଲୋକେସନ ଯମୁନା ବଜାର, ହନୁମାନ ମନ୍ଦିର ବୋଲି ଲେଖାଯାଇଛି ।ଏହି ଲୋକେସନ ଦେଖି ସଚୀନ ତାଙ୍କର ଗ୍ରାହକଙ୍କୁ ମନ୍ଦିର ପରିସରରେ ମଟନ ଡେଲିଭରି କରି ପାରିବେ ନାହିଁ ବୋଲି ରୋକଠୋକ ମନା କରି ଦେଉଛନ୍ତି।
ଏହି ଘଟଣାରେ ରାଗି ଯାଇ ଗ୍ରାହକ ଜଣଙ୍କ ସ୍ୱିଗିରେ ଉକ୍ତ ଡେଲିଭରୀ ବଏଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହାପରେ ସ୍ୱିଗି ସଚୀନଙ୍କର କୌଣସି କଥା ନଶୁଣି ଚାକିରିରୁ ବାହାର କରି ଦେଇଥିଲା ।

Leave a Reply

Your email address will not be published. Required fields are marked *